ବଦଳିଲା ‘ପତି ପତ୍ନୀ ଔର୍ ୱୋ’ର ରିଲିଜ୍ ଡେଟ୍
କାର୍ତିକ ଆର୍ଯ୍ୟନ୍, ଭୂମି ପେଡନେକର୍ ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଅପକମିଙ୍ଗ୍ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ରିଲିଜ୍ ତାରିଖରେ କିଛି ପରିବର୍ତ୍ତନ କରାଯାଇଥିବାର ଖବର ମିଳିଛି । ନିକଟରେ ଫିଲ୍ମ ସମ୍ପର୍କିତ ଷ୍ଟାରକାଷ୍ଟ୍ ଓ କିଛି ଲୁକ୍ର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିଲା । ମିଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ଏବଂ ଏହା ଆସନ୍ତାବର୍ଷ ଜାନୁୟାରୀ ୧୦ ତାରିଖରେ ମୁକ୍ତିଲାଭ କରିବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫିଲ୍ମ ରିଲିଜ୍ କରାଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଶେଷଭାଗରେ ଅର୍ଥାତ୍ ଡିସେମ୍ବର ୬ ତାରିଖରେ ଏହି ଫିଲ୍ମଟି ସିନେମାଘରକୁ ଆସିବ । ମୁଦ୍ଦସର ଅଜିଜ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।
ସୂଚନାଯୋଗ୍ୟ ୭୦ ଦଶକର ସୁପରହିଟ୍ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ରିମେକ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି । ୧୯୭୮ ମସିହା ଜୁଲାଇ ୭ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିଲା ଏବଂ ଏଥିରେ ମୁଖ୍ୟ ଭୂମିକାରେ ଥିଲେ ସଞ୍ଜିବ କୁମାର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍ । ସେହି ସମୟରେ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ଏହାର ରିମେକ୍କୁ ଦର୍ଶକ କେଉଁଭଳି ପ୍ରତିକ୍ରିୟା ଦେବେ, ତାହା କେବଳ ସମୟ ହିଁ କହିବ ।