ଖୁବ୍ ଶୀଘ୍ର ଆସିବେ ଚିଣ୍ଟୁ ତ୍ୟାଗି

ଦର୍ଶକଙ୍କ ମନୋରଞ୍ଜନ ପାଇଁ ଘରୱାଲି ଓ ବାହାରୱାଲିଙ୍କ ସହ ଆସୁଛନ୍ତି ଚିଣ୍ଟୁ ତ୍ୟାଗି । କହିବାର ଅର୍ଥ ହେଉଛି କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଏହି ଫିଲ୍ମରେ କାର୍ତ୍ତିକ ଚିଣ୍ଟୁ ଭୂମିକାରେ ଅଛନ୍ତି । ଏହି ପୋଷ୍ଟରକୁ କାର୍ତ୍ତିକ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଏହି ପୋଷ୍ଟରରେ ସେ ବାଇକରେ ବସିଥିବାର ନଜର ଆସୁଛନ୍ତି । ଏହା ସହିତ ଅନନ୍ୟାଙ୍କ ପାଇଁ କ୍ୟାପସନ୍ ରହିଛି – ‘ଚିଣ୍ଟୁ କି ତପସ୍ୟା ଭଙ୍ଗ୍ କରନେ କେ ଲିଏ ଆ ରହି ହେ’ ।

କାର୍ତ୍ତିକଙ୍କ ଲୁକ୍ ପରେ ଭୂମି ପେଡନେକରଙ୍କ ଫାଷ୍ଟଲୁକ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଭୂମି ହାତରେ ବହି ଧରିଛନ୍ତି ଏବଂ କ୍ୟାପସନରେ ଲେଖାଅଛି – ‘ଜରା ହାଇ ମେଣ୍ଟେନାନ୍ସ ହେ ହମ୍’ । ବେଦିକା ତ୍ରିପାଠୀ ଭୂମିକାରେ ଭୂମି ପରଦା ଉପରକୁ ଆସିବେ । ଫିଲ୍ମର ଆଉ ଜଣେ ନାୟିକା ହେଉଛନ୍ତି ଅନନ୍ୟା ପାଣ୍ଡେ, ଯିଏକି ତପସ୍ୟା ଭୂମିକାରେ ଅଛନ୍ତି । ଅନନ୍ୟାଙ୍କ ପୋଷ୍ଟରରେ ଲେଖାଅଛି – ‘ୟେ ଅଗ୍ନିପଥ୍ ହେ, ଇସେ କୋଇ ପାର୍ ନେହିଁ କର୍ ପାୟା’ । ଏହି ଫିଲ୍ମ ଆସନ୍ତା ଡିସେମ୍ବର ୬ ତାରିଖରେ ସିନେମାଘରକୁ ଆସିବ ।

Leave a Reply

Your email address will not be published. Required fields are marked *