ସଂକଳ୍ପ ନେଲେ ପାଟକୁରାବାସୀ: ବିଜୟ ଦେବେ ବିଜୟଙ୍କୁ

ପାଟକୁରାର ନିର୍ବାଚନ ବିଗୁଲ୍ ବାଜିଛି । ଆସନ୍ତା ୨୦ ରେ ନିର୍ବାଚନ ଓ ୨୪ ରେ ଗଣତି ହେବ । ବିଜେଡି ତାର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଠାଇ ପ୍ରାୟ ୨୫ ପଞ୍ଚାୟତରେ ବୈଠକ କରି ଅସନ୍ତୁଷ୍ଟ କର୍ମୀ ଓ ଭୋଟର ମାନଙ୍କୁ ହାତେଇବା ଚେଷ୍ଟା କରୁଥିଲା ବେଳେ ବିଜେପି ପକ୍ଷରୁ ଏବେଯାଏ କେହି ଦେଖା ନାହାଁନ୍ତି । କିନ୍ତୁ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିଆରା ଢଙ୍ଗରେ ଘରରୁ ଘର ପ୍ରଚାର ଲେଶକଙ୍କୁ ଆକର୍ଷିତ କରିବା ସହ ଓ ଭୋଟ୍ ବିଳମ୍ବ ହେବାର ଏକ ସମବେଦନା ପାଟକୁରାବାସୀଙ୍କ ମଧ୍ୟରେ ଦେଖାଦେଇଛି ।
ଆଜିର ଗୋଟିଏ ଉଦାହରଣ ନିଆଯାଉ ।
ହଠାତ୍ ୧୦୦୦ରୁ ଅଧିକ ସଂଖ୍ୟାରେ ମହିଳା ଆସି ପହଞ୍ଚିଥିଲେ ପାଟକୁରା ନିର୍ବାଚନ ମଣ୍ଡଳୀର ମାହାଳସ୍ଥିତ ଜଗନ୍ନାଥ ମନ୍ଦିରରେ। ସମସ୍ତଙ୍କ ମନରେ ଥିଲା ତାରିଖ ଘୋଷଣାର ଉତ୍ସାହ । ବୁଝୁବୁଝୁ ଜଣାପଡିଲା ସମସ୍ତେ ଆସିଛନ୍ତି ବିଜୟଙ୍କ ବିଜୟ ପାଇଁ ମାନସିକ କରିବା ପାଇଁ। ସେମାନେ ମହାଲକ୍ଷ୍ମୀ ମନ୍ଦିରରେ ଦୀପଦାନ କରି ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିଜୟ କାମନା କରିଥିଲେ ଓ ସଂକଳ୍ପ ନେଇଥିଲେ ବିଜୟଙ୍କୁ ନିର୍ବାଚନରେ ଜିତାଇବା ପାଇଁ । ଏମାନଙ୍କ ସହ ଯୋଗ ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା, ନେତ୍ରୀ ପିଙ୍କୀ ପ୍ରଧାନ, ରଶ୍ମି ଦାଶ ପ୍ରମୁଖ । ଏହା ପରେ ନିକଟସ୍ଥ ମଣ୍ଡପରେ ପହଞ୍ଚିଥିଲେ ବିଜେପିଳ ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାଲେଶ୍ବର ବିଧାୟକ ମଦନମୋହନ ଦତ୍ତ । ସମସ୍ତଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା।
ନିର୍ବାଚନରେ କିଏ ଜିତିବ କିଏ ହାରିବ ସେ କଥା ତ ୨୪ ଜୁଲାଇରେ ଜଣାପଡିବ । କିନ୍ତୁ ପାଟକୁରାର ବର୍ତ୍ତମାନ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ବିଜୟଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା ଓ ଅନୁକମ୍ପା ବିଜେଡିକୁ ଯେ ମହଙ୍ଗା ପଡିପାରେ ଏ କଥାକୁ ଅସ୍ୱୀକାର କରିହେବ ନାହିଁ ।

Leave a Reply

Your email address will not be published. Required fields are marked *