ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଥାନାରୁ ପାସ୍ ଆଣନ୍ତୁ
ଭୁବନେଶ୍ୱର (ଓଟି): କରୋନା ମହାମାରୀ ପାଇଁ ରାଜ୍ୟରେ ଲାଗିଛି କଡ଼ା କଟକଣା। ୫ ଜିଲ୍ଲା ସମେତ ପ୍ରମୁଖ ସହରରେ ଲକ୍-ଡାଉନ୍ ଘୋଷଣା କରାଯାଇଛି। ତେବେ ଏଥିପାଇଁ ଥିବା ନିୟମକୁ ଅନେକ ପାଳନ କରୁନାହାନ୍ତି, ବେଖାତିର କରୁଛନ୍ତି। କତେକ ଲୋକେ ସହଯୋଗ କରୁନଥିବାରୁ ଘରୋଇ ଗାଡ଼ି ଚଳାଚଳ ପାଇଁ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ଯେଉଁମାନଙ୍କୁ ଯିବାକୁ ଅନୁମତି ଅଛି, ସେମାନେ ମଧ୍ୟ ପାସ୍ ଆଣିବାକୁ ପଡ଼ିବ। କାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ପାସ୍ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି।
ଲାଗୁ ହୋଇଥିବା କଟକଣା ନମାନିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ନିଜର, ନିଜ ପରିବାରର ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ୍ ହୁଅନ୍ତୁ ସେ ନିବେଦନ କରିଛନ୍ତି।