ରକ୍ତାକ୍ତ ପରିଣୀତି

ପରିଣୀତି ଚୋପ୍ରାଙ୍କ ଏକ ରକ୍ତାକ୍ତ ଫଟୋ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ନିଜ ପ୍ରିୟ ଅଭିନେତ୍ରୀଙ୍କ ଏଭଳି ଅବସ୍ଥା ଦେଖିବା ପରେ ପ୍ରଶଂସକମାନେ ଇମୋସନାଲ୍ ହୋଇଯାଇଛନ୍ତି । ସବୁବେଳେ ନିଶାଶକ୍ତ ଅବସ୍ଥାରେ ରହୁଥିବା ପରିଣୀତିଙ୍କ ପାଇଁ ଏହା ଖୁବ୍ କଷ୍ଟକର ମନେ ହେଉଛି । କିନ୍ତୁ କହିରଖୁଛୁ ଏସବୁ ରିଏଲ୍ ଲାଇଫରେ ନୁହେଁ ରିଲ୍ ଲାଇଫ୍ ପାଇଁ ହେଉଛି । ପରିଣୀତିଙ୍କ ଅପକମିଙ୍ଗ ଫିଲ୍ମ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ର ଫାଷ୍ଟଲୁକ୍ ଜାରି କରାଯାଇଥିଲା । ଏଥିରେ ପରିଣୀତିଙ୍କ ଚେହେରା ରକ୍ତାକ୍ତ ହୋଇଛି ଏବଂ ସେ ଜଣେ ଆଲକୋହୋଲିକ୍ ଭାବେ ଅଛନ୍ତି । ଏହି ଅବତାରରେ ପରୀ ବେଶ୍ ନିଆରା ଲାଗୁଛନ୍ତି ଏବଂ ପ୍ରଶଂସକଙ୍କ ଠାରୁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଅନେକ ପ୍ରଶଂସକ ପରୀଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଇମୋସନାଲ୍ ମେସେଜ୍ ମଧ୍ୟ ପଠାଇଥିବା ସୂଚନା ମିଳିଛି ।

ହଲିଉଡ୍ ଫିଲ୍ମ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ର ହିନ୍ଦୀ ରିମେକରେ ପରୀ ଜଣେ ନିଶାଶକ୍ତ ଝିଅ ‘ମୀରା’ଙ୍କ ଭୂମିକାରେ ଅଛନ୍ତି । ଫିଲ୍ମର ପ୍ରଥମ ସେଡ୍ୟୁଲ୍ର ସୁଟିଂ ଶେଷ ହୋଇଯାଇଛି । ରିଭୁ ଦାସଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସମ୍ପର୍କରେ ପରୀ କହିଛନ୍ତି ଯେ – ‘ଜଣେ ନିଶାଶକ୍ତ ଝିଅ ଭୂମିକାରେ ଅଭିନୟ କରିବା ବେଶ୍ କଷ୍ଟକର । ମୋ ଲାଇଫରେ ଏବେ ମାତ୍ର ୩ଟି କାମ ଭିତରେ ମୁଁ ବାନ୍ଧି ହୋଇଯାଇଛି । ସୁଟିଂ କରିବା, ଆରାମ କରିବା ଓ ପୁଣିଥରେ ଏହି ୨ଟି କାମକୁ ଦୋହରାଇବା । ଧୀରେ ଧୀରେ ମୁଁ ମୀରାଙ୍କୁ ଭଲ ପାଇ ବସିଛି । ଏଭଳି ଏକ ଭିନ୍ନ ଚରିତ୍ରରେ ଅଭିନୟକୁ ଦର୍ଶକ ପସନ୍ଦ କରିବେ ବୋଲି ମୋର ଆଶା’ ।

Leave a Reply

Your email address will not be published.