ଚ୍ୟାଲେଞ୍ଜିଙ୍ଗ୍ ଭୂମିକାରେ ପରିଣୀତି
ବ୍ୟାଡମିଣ୍ଟନ୍ ତାରକା ସାଇନା ନେହେବାଲଙ୍କ ବାୟୋପିକରେ ବ୍ୟସ୍ତ ଥିବା ପରିଣୀତିଙ୍କ ହାତରେ ଆଉ ଏ ପ୍ରୋଜେକ୍ଟ ରହିଛି । ହଲିଉଡ୍ ଫିଲ୍ମ ‘ଗାର୍ଲ ଅନ୍ ଦ ଟ୍ରେନ୍’ର ହିନ୍ଦି ରିମେକ୍ ପାଇଁ ପରିଣୀତିଙ୍କୁ ସାଇନ୍ କରାଯାଇଛି ଏବଂ ଏଥିରେ ତାଙ୍କର ଭୂମିକା ବେଶ୍ ଚ୍ୟାଲେଞ୍ଜିଙ୍ଗ୍ ହେବ । ଏକଥା ଆମେ ନୁହେଁ, ନିଜେ ପରିଣୀତି ହିଁ କହିଛନ୍ତି । ଏକ ମିଡିଆ ସାକ୍ଷାତକାରରେ ପରିଣୀତି କହିଛନ୍ତି ଯେ – ‘ମୋର ଫିଲ୍ମ କ୍ୟାରିୟର୍ ମଧ୍ୟରେ ଏହା ଏକ ବଡ଼ ଚ୍ୟାଲେଞ୍ଜ । କାରଣ ଫିଲ୍ମର କାହାଣୀ ଅନୁଯାୟୀ ମୋତେ ଜଣେ ମଦ୍ୟପ ଭୂମିକାରେ ଅଭିନୟ କରିବାକୁ ପଡ଼ିବ । ଏଭଳି ଏକ ଭୂମିକା ସମ୍ପର୍କରେ ଭାବିବା ମାତ୍ରେ ମନରେ ଭୟ ଆସିଯାଉଛି । ଜଣେ ମଦ୍ୟପର ଭୂମିକା ମାଧ୍ୟମରେ ମୋର ଅଭିନୟ ଦକ୍ଷତାର ପ୍ରମାଣ ଦେବାକୁ ହେବ । ତେଣୁ ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ।
ସୂଚନାଯୋଗ୍ୟ ହଲିଉଡ୍ ଫିଲ୍ମରେ ଏମିଲି ବ୍ଲଣ୍ଟ୍ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର ସମ୍ପୂର୍ଣ୍ଣ ସୁଟିଂ ଟ୍ରେନ ଭିତରେ ହିଁ ହେବ । ଫିଲ୍ମର କାହାଣୀ ଡିଭୋର୍ସ ନେଇଥିବା ଜଣେ ମହିଳାଙ୍କ ସଂଘର୍ଷ ଉପରେ ଆଧାରିତ । ସାଇନାଙ୍କ ବାୟୋପିକର ସୁଟିଂ ପରେ ପରିଣୀତି ଲଣ୍ଡନରେ ଏହାର ସୁଟିଂ ଆରମ୍ଭ କରିବେ ।