ବିନା ମେକଅପରେ ଆସିବେ ପରିଣୀତି

ପ୍ରଶଂସକ ମହଲରେ ବଲିଉଡ୍ ପରୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ପରିଣୀତି ଚୋପ୍ରା ତାଙ୍କର ଆଗାମୀ ଫିଲ୍ମକୁ ନେଇ ଆଜିକାଲି ବହୁତ ବ୍ୟସ୍ତ ଅଛନ୍ତି । ବ୍ୟାଡମିଣ୍ଟନ୍ ତାରକା ସାଇନା ନେହେୱାଲଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକରେ ପରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏ ଖବର ଆସିବା ପରେ ପ୍ରଶଂସକ ମହଲରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଆଉ ଏକ ଖବର ମିଳିଛି ଯେ ଏହି ବାୟୋପିକରେ ପରିଣୀତି ବିନା ମେକଅପରେ ପରଦା ଉପରକୁ ଆସିବେ । ନିଜେ ପରିଣୀତି ଏହି ଖବରରେ ମୋହର ମାରିଛନ୍ତି ।

ମିଡିଆ ସହିତ ଏକ ସାକ୍ଷାତକାରରେ ପରୀ କହିଛନ୍ତି ଯେ ‘ମୋତେ ଲାଗେ ମୋର ଓ ସାଇନାଙ୍କ ଚେହେରାରେ ଅନେକ ସାମଞ୍ଜସ୍ୟ ରହିଛି । ତେଣୁ ସାଇନାଙ୍କ ଲୁକରେ ଆସିବା ପାଇଁ ମୁଁ ଯେତେ ସମ୍ଭବ ମେକଅପଠାରୁ ଦୂରେଇ ରହିବି । କିନ୍ତୁ ମୋର ନାକରେ ପ୍ରୋଥୋଟିକ୍ସ ମେକଅପ୍ ହୋଇପାରେ । କିନ୍ତୁ ପ୍ରଥମ ଥର ପାଇଁ ମୁଁ କୌଣସି ଫିଲ୍ମ ମାଧ୍ୟମରେ ବିନା ମେକଅପରେ ପରଦା ଉପରକୁ ଯିବା ପାଇଁ ଚାହୁଁଛି । ମୋର ରିଏଲ୍ ଲୁକକୁ ଦର୍ଶକ ପସନ୍ଦ କରିବେ ବୋଲି ମୋର ବିଶ୍ୱାସ ରହିଛି’ । ଫିଲ୍ମର କିଛି ଦୃଶ୍ୟ ଲଣ୍ଡନରେ ସୁଟିଂ କରାଯିବ ।

Leave a Reply

Your email address will not be published.