‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ରେ ପରିଣୀତି

ହଲିଉଡ୍ ଫିଲ୍ମ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ର ବଲିଉଡ୍ ରିମେକ୍ ପାଇଁ ପରିଣୀତି ଚୋପ୍ରାଙ୍କୁ ସାଇନ୍ କରାଯାଇଛି । ଆଗାମୀ ଜୁଲାଇ ମାସରୁ ଏହାର ସୁଟିଂ ଆରମ୍ଭ ହେବ । କାହାଣୀ ସମ୍ପୂର୍ଣ୍ଣ ଭାବେ ଟ୍ରେନକୁ ନେଇ ରଚନା କରାଯାଇଛି । ତେଣୁ କାହାଣୀକୁ ଜୀବନ୍ତ ରୂପ ଦେବା ପାଇଁ ଇଲାଣ୍ଡର ଲୋକାଲ୍ ଟ୍ରେନ୍ରେ ହିଁ ଏହାର ସୁଟିଂ କରାଯିବ । ସୁଟିଂର ୨ ମାସ ପର୍ଯ୍ୟନ୍ତ ପରିଣୀତି ଲୋକାଲ୍ ଟ୍ରେନ୍ରେ ହିଁ ସୁଟିଂ କରିବେ । ଏଥିପାଇଁ ପୂର୍ବରୁ ବିଶେଷ ଭାବେ କୌଣସି ପଦକ୍ଷେପ ନିଆଯିବନାହିଁ । ୨୦୧୫ରେ ପ୍ରକାଶିତ ପଲ୍ ହକିନ୍ସଙ୍କ ଉପନ୍ୟାସ ଆଧାରରେ କାହାଣୀ ରଚନା କରାଯାଇଛି । ଏହା ଥ୍ରୀଲର୍ ଫିଲ୍ମ ଭାବେ ମୁକ୍ତିଲାଭ କରିବ । ଏହାର ମୂଳ ହଲିଉଡ୍ ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଥିଲେ ଏମିଲ୍ ବ୍ଲଣ୍ଟ୍ । ତେବେ ପରିଣୀତି ଚରିତ୍ରର ବାସ୍ତବତାକୁ ପରଦା ଉପରେ କେତେଦୂର ସଫଳ କରିପାରୁଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *