ପୁଅ ଅଭିନେତା ହେବା ପାଇଁ ବାପା ବିକି ଦେଇଥିଲେ ଘର ଓ ଗାଡ଼ି, ଜାଣନ୍ତୁ କିଏ ସେହି ଅଭିନେତା

ଆଜିର ସମୟରେ ସେ ବଲିଉଡର ଜଣେ ନାମୀଦାମୀ ଅଭିନେତା । କିନ୍ତୁ ତାଙ୍କର ଏହି ସଫଳତା ପଛରେ ରହିଛି ଏକ କରୁଣ କାହାଣୀ । ପୁଅର ସ୍ୱପ୍ନ ପୁରଣ ପାଇଁ ବାପା ନିଜର ଘର ଓ ଗାଡ଼ି ବିକି ଦେଇଥିଲେ । କେବଳ ଏତିକି ନୁହେଁ, ସବୁଦିନେ ଲୋକାଲ୍ ବସ୍ର ଗହଳି ଭିତରେ ଧକ୍କା ଖାଇ ଖାଇ ସେ ଅଫିସ୍ ଯାଉଥିଲେ । ଏହି କରୁଣ କାହାଣୀ ପୁଣିଥରେ ସେ ଅଭିନେତାଙ୍କ ଆଖିଆଗରେ ନାଚିଉଠିଥିଲା ଏବଂ ଏଥିରେ ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଜାଣିଛନ୍ତି କି ସେ ଅଭିନେତା ଜଣକ କିଏ? ଏହାର ଉତ୍ତର ଜାଣିଲେ ଆପଣ ନିଶ୍ଚିତଭାବେ ଆଶ୍ଚର୍ଯ୍ୟ ହେବେ ।

ତେବେ କହିରଖୁଛୁ ସେ ହେଉଛନ୍ତି ଆଜିର ସୁପରଷ୍ଟାର ରଣବୀର୍ ସିଂ । ବିଗତଦିନରେ ‘ଗଲି ବୟ’ର ପ୍ରମୋସନ୍ ପାଇଁ ରଣବୀର୍ ଓ ଆଲିଆ ‘ସୁପର୍ ଡ୍ୟାନ୍ସ୍ ଚାପ୍ଟର୍ ୩’ ଶୋ’କୁ ଆସିଥିଲେ । ଟିଭିର ଏହି ଲୋକପ୍ରିୟ ଡ୍ୟାନ୍ସ ରିଏଲିଟି ଶୋ’ରେ ଜଣେ ପ୍ରତିଯୋଗୀ ରଣବୀର୍ଙ୍କ ଏହି ସଂଘର୍ଷର କାହାଣୀକୁ ଡ୍ୟାନ୍ସ ମାଧ୍ୟମରେ ଉପସ୍ଥାପନ କରିଥିଲେ । ପ୍ରତିଯୋଗୀଙ୍କ ଏଭଳି ପ୍ରଦର୍ଶନ ରଣବୀର୍ଙ୍କୁ ତାଙ୍କ ଜୀବନର ଭାବନାତ୍ମକ ସ୍ମୃତିକୁ ପୁଣିଥରେ ଉଜାଗର କରିଥିଲା । ଏଥିରେ ଭାବବିହ୍ୱଳ ହୋଇ ରଣବୀର୍ କାନ୍ଦି ପକାଇଥିଲେ । ପ୍ରତିଯୋଗୀଙ୍କ ଏଭଳି ପର୍ଫର୍ମାନ୍ସ୍ ରଣବୀର୍ଙ୍କ ମନକୁ ଛୁଇଁଥିଲା ଏବଂ ସେ ଆଜିପର୍ଯ୍ୟନ୍ତ ଏଭଳି ଷ୍ଟେଜ୍ ଶୋ’ କେବେ ଦେଖିନାହାନ୍ତି ବୋଲି କହିଥିଲେ ।

ବଲିଉଡରେ ଜଣେ ସଂଘର୍ଷରତ କଳାକାର ଭାବେ ରଣବୀର୍ ସୁଟିଂସେଟ୍ରେ ଚାହା ପହଞ୍ଚାଇବା ସହିତ ସେଟ୍ ସଜାଇବାରେ ଜଣେ ହେଲ୍ପର୍ ଭାବେ କାମ କରିଥିଲେ । ଅଭିନେତା ହେବା ଆଶାରେ ଅନେକ ସମୟରେ ଅନ୍ୟ କଳାକାରଙ୍କ ମୋବାଇଲ୍ରୁ ଫିଲ୍ମ ନିର୍ମାତାଙ୍କ ଫୋନ୍ ନମ୍ବର ଚୋରି କରି ସେମାନଙ୍କୁ କଲ୍ କରୁଥିଲେ । ଏଭଳି ଚେଷ୍ଟାର ଫଳସ୍ୱରୂପ ରଣବୀର୍ଙ୍କୁ ‘ବ୍ୟାଣ୍ଡ୍ ବାଜା ବାରାତ୍’ରେ ଅଭିନେତା ଭାବେ ଚାନ୍ସ୍ ମିଳିଥିଲା । ଏହାପରେ ରଣବୀର୍ ଆଉ ପଛକୁ ଫେରି ଦେଖିନାହାନ୍ତି ।

Leave a Reply

Your email address will not be published.