କରୋନା ପ୍ରତିହତ ପାଇଁ ନୂଆ ଆଶା

american-scientists-claim-to-have-developed-antibodies-for-corona-virus

ନୂଆଦିଲ୍ଲୀ (ଓଟି): ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଣ୍ଡେମିକ୍ ସହ ଆଲୋଚନା କରିବା ପାଇଁ ଆସିଥିବା ଆମେରିକୀୟ ବୈଜ୍ଞାନିକ ଡକ୍ଟର ଯାଦବ ଗ୍ଲାନଭିଲେ ଦାବି କରିଛନ୍ତି ଯେ କରୋନା ଭାଇରସ୍‌କୁ ପ୍ରତିହତ ପାଇଁ ସେ ଉପାୟ ପାଇଛନ୍ତି। ସେ କହିବା ଅନୁସାରେ ସାର୍ସ SARS ସୃଷ୍ଟି କରୁଥିବା ଭାଇରସ୍ ବିରୋଧରେ ବ୍ୟବହୃତ କରାଯାଇଥିବା କେତେକ ଆଣ୍ଟିବଡିର ବ୍ୟବହାର କରି ସେ ଏହି ସଫଳତା ହାସଲ କରିଛନ୍ତି। କାଲିଫର୍ଣ୍ଣିଆରେ ରହୁଥିବା ଡାକ୍ତର ତଥା ‘ଡିଷ୍ଟ୍ରିବ୍ୟୁଟେଡ୍ ବାୟୋ’ର ସିଇଓ ଡକ୍ଟର ଜ୍ୟାକବ ଗ୍ଲାନଭିଲେ କହିଛନ୍ତି ଯେ, ସମ୍ପ୍ରତି ଏକ ପ୍ରଭାବଶାଳୀ ଆଣ୍ଟିବଡି କରୋନା ବିରୋଧରେ କାମ କରିପାରିବ।

ଏ ସମ୍ପର୍କରେ ଡେଲିମେଲ୍‌ରେ ସବିଶେଷ ରିପୋର୍ଟ ପ୍ରକାଶ ପାଇଛି। ଡକ୍ଟର ଜ୍ୟାକବଙ୍କ କହିବା ଅନୁସାରେ ତାଙ୍କ ଟିମ୍ SARS ବିରୋଧରେ ୨୦୦୨ରେ ବ୍ୟବହୃତ ୫ଟି ଆଣ୍ଟିବଡି ବ୍ୟବହାର କରିଥିଲେ। ଏହି ଆଣ୍ଟିବଡି ମାଧ୍ୟମରେ ସେ କରୋନା ଭାଇରସ୍ର ଚିକିତ୍ସା ପଦ୍ଧତି ଖୋଜିବାକୁ ଚେଷ୍ଟା କରିଛନ୍ତି। SARS-CoV-2 ଏବଂ COVID-19 ସମାନ ଶ୍ରେଣୀୟ ଭୂତାଣୁ ବୋଲି ସେ ପ୍ରକାଶ କରିଛନ୍ତି। ନୂତନ ଆଣ୍ଟିବଡିର ପରୀକ୍ଷଣ ମନୁଷ୍ୟ କ୍ଷେତ୍ରରେ କରାଯିବା ପରେ ଏହାକୁ କରୋନା ଭାଇରସ୍ ବିରୋଧରେ ବ୍ୟବହାର କରାଯାଇପାରିବ। ପରୀକ୍ଷଣ ସଫଳ ହେଲେ ତାହା ସରକାରୀ ଏଜେନ୍ସିକୁ ଅନୁମୋଦନ ପାଇଁ ପଠାଯାଇପାରିବ ବୋଲି ସୂଚନା ଦେଇଛନ୍ତି।

ଡକ୍ଟର ଜ୍ୟାକବ ଗ୍ଲାନଭିଲେଙ୍କ ଏହି ପରୀକ୍ଷଣ ଓ ତଥ୍ୟ ସଫଳତାର ସହ କାର୍ଯ୍ୟକଲେ ବିଶ୍ଵ ପାଇଁ ଏକ ନୂଆ ଆଶାର ଆଲୋକ ସୃଷ୍ଟି ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *