ପାକ୍ ପିଏମ୍ ଇମ୍ରାନଙ୍କୁ #କରୋନା!

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ବିଶ୍ଵର ସମସ୍ତ ଦେଶ ପାଇଁ ଆତଙ୍କର କାରଣ ପାଲଟିଛି। ମାରାତ୍ମକ ଭୂତାଣୁ କବଳରେ କେତେବେଳେ କିଏ କବଳିତ ହେଉଛନ୍ତି ତାହାର କୌଣସି ଆକଳନ କେହି କରିପାରୁନାହାନ୍ତି। ଏହିକ୍ରମରେ ପାକିସ୍ତାନ ମଧ୍ୟ ଘୋର ବିପଦରେ ପଡ଼ିଛି। ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ପାକ୍‌ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଛି। ଦି ଡନ୍‌ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ବୃଦ୍ଧି ପାଇଛି।

ପାକିସ୍ତାନ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ, ପାକ୍‌ସ୍ଥିତ ବିଶ୍ୱ ପ୍ରସିଦ୍ଧ ଇଦି ଫାଉଣ୍ଡେସନର ମୁଖ୍ୟ ଅବଦୁଲ୍ ସତ୍ତାରଙ୍କ ପୁଅ ଫୈଜଲ୍ ଇଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ। ତେବେ ଇମ୍ରାନଙ୍କୁ ଭେଟିବା ପରେ ଫୈଜଲ୍ କରୋନାର ସମସ୍ତ ଲକ୍ଷଣ ଅନୁଭବ କରିଥିଲେ। ଫୈଜଲ୍ ନମୂନା ପରୀକ୍ଷା କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଏବେ ଇମ୍ରାନଙ୍କ କରୋନା ଟେଷ୍ଟ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଇମ୍ରାନ କରୋନା ଟେଷ୍ଟ କରିଛନ୍ତି କି ନାହିଁ କିମ୍ବା କେବେ ଟେଷ୍ଟ୍ କରିବେ ସେ ନେଇ ପାକିସ୍ତାନରେ ଆଲୋଚନା ଜୋର୍‌ ଧରିଛି। ସେହିପରି କେତେକ ଗଣମାଧ୍ୟମ ସମ୍ପ୍ରତି ପାକିସ୍ତାନ ବିପଦରେ ଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *