ପାକ୍ ଯୁଦ୍ଧ ବିମାନ ଦୁର୍ଘଟଣା: ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ (ଓଟି): ପାକିସ୍ତାନ ପୂର୍ବ ପଞ୍ଜାବ ପ୍ରଦେଶର ଗୁଜରାଟ ଅଞ୍ଚଳରେ ସୋମବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ଥିବା ୨ ଜଣ ପାଇଲଟଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ପାକିସ୍ତାନ ବାୟୁସେନା (ପିଏଏଫ୍)ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଯୁଦ୍ଧବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି। ତାହା ଏକ ପ୍ରଶିକ୍ଷଣ ବିମାନ ଥିଲା ଏବଂ ମୃତକ ୨ ପାଇଲଟ ହେଉଛନ୍ତି ମେଜର ଉମର ଓ ଲେଫ୍ଚନାଣ୍ଟ ଫୈଜାନ। ସୋମବାର ସକାଳେ ବିମାନଟି ଆକାଶରୁ ସିଧା ଆବାସିକ ଅଞ୍ଚଳର ଏକ ଘର ଉପରେ ଖସି ପଡ଼ିଥିଲା। କିନ୍ତୁ ଅନ୍ୟକେହି ମୃତାହତ ହେବାର ମଧ୍ୟ ସୂଚନା ମିଳିନି। ଏନେଇ ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱା ମୃତ ପାଇଲଟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରକାଶଥାଉ କି ଗତ ଫେବ୍ରୁଆରୀରେ ମଧ୍ୟ ପାକିସ୍ତାନରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *