ବଲିଉଡ୍ର ପଦ୍ମଶ୍ରୀ ଆୱାର୍ଡ଼ ୨୦୧୯
ଭାରତରତ୍ନ ସହିତ ଚଳିତବର୍ଷର ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନର ଘୋଷଣା କରାଯାଇଛି । ରାଷ୍ଟପତି ଭବନ ପକ୍ଷରୁ ଆୟୋଜିତ ଏକ ପ୍ରେସ୍ ବିବୃତିରେ ଏହି ସୂଚନା ମିଳିଛି । ଏହି ସମ୍ମାନନୀୟ ଆୱାର୍ଡ଼ ତାଲିକାରେ ଚଳିତବର୍ଷ କେତେଜଣ ବଲିଉଡ୍ ତାରକାଙ୍କ ନାମ ସାମିଲ୍ ହୋଇଛି । ଏହି ତାଲିକା ଅନୁସାରେ ୪ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।
ବଲିଉଡ୍ ବି ଏହି ତାଲିକାରେ ସାମିଲ୍ ରହିଛି। ଯେଉଁ ଅଭିନେତାମାନେ ଏଥର ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ହୋଇଛନ୍ତି ସେମାନେ ୩ ଜଣ ସୁପର ହିଟ୍ ତାରକା। ଦିବଗଂତ ଅଭିନେତା କାଦର୍ ଖାନ୍, ଅଭିନେତା ମନୋଜ୍ ବାଜପେୟୀ ଓ ଡ୍ୟାନ୍ସିଙ୍ଗ୍ କିଙ୍ଗ ପ୍ରଭୁ ଦେବାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଏହି ୩ଜଣ ତାରକାଙ୍କ ସହିତ ଡ୍ରମର୍ ଶିବମଣି, ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ୍ ମଧ୍ୟ ଏହି ସମ୍ମନେରେ ସମ୍ମାନିତ ହେବେ ବୋଲି ସୂଚନା ମିଳିଛି । ଏଭଳି ଏକ ଖବର ସିନେପ୍ରେମୀ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି ।
ସପ୍ନାଙ୍କ ହାତରେ ଆଉ ଏକ ସଫଳତା
ଶକ୍ତି, ମୁକ୍ତି ଓ ନୀତିଙ୍କ କେମେଷ୍ଟ୍ରୀ