୬ରୁ ଧାନ ସଂଗ୍ରହ କରିବେ ଓଡ଼ିଶା ସରକାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆସନ୍ତା କାଲିଠାରୁ ଧାନ ସଂଗ୍ରହ ଆରମ୍ଭ ହେବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଏହାସହ ୭ ତାରିଖଠାରୁ ବିଭିନ୍ନ ଜିଲ୍ଲାରେ ମୁଗ, ବିରି ଆଦି ରବି ଫସଲ ଆରମ୍ଭ ହେବ।
କଢଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କ୍ଷେତରେ ଧାନ ଅମଳ ଏବେ ୪୦ ପ୍ରତିଶତରେ ପହଞ୍ଚିଲାଣି ଏଣୁ ସଂଗ୍ରହ କାର୍ଯ୍ୟ ଆରମ୍ଭ ପାଇଁ ଉପଯୁକ୍ତ ସମୟ। କୃଷି କାର୍ଯ୍ୟ ପାଇଁ ଶ୍ରମକି ଅଭାବ ନାହାନ୍ତି ବୋଲି କୃଷି ବିଭାଗ କହିଛି। କୋଭିଡ୍ ୧୯ ଆତଙ୍କ ହେତୁ ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ହୋଇପାରି ନଥିଲା। ଏଥର ଖରିଫ୍ ଋତୁରେ ବିଭାଗ ଅଣଧାନ ଫସଲ ଉପରେ ଅଧିକ ଗୁରୁତ୍ଵ ଦେବ ବୋଲି କହିଛି। ଏହି ସମୟରେ ଚାଷୀଙ୍କ ପାଖରେ ବିହନ ତଥା କୃଷି ଉପକରଣ ଯେମିତି ଅଭାବ ନରହେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହିପରି କୃଷୀି କାର୍ଯ୍ୟ ଲାଗି ପର୍ଯ୍ୟାପ୍ତ କୃଷିଋଣ ଉପଲବ୍ଧ କରିବାକୁ କୁହାଯାଇଛି।