କେନ୍ଦ୍ରର ନିଯୁକ୍ତି ଦାବିକୁ ଅକ୍ସଫାମ ଝଟକା; ବଢୁଛି ବେରୋଜଗାରୀ

କେନ୍ଦ୍ର ସରକାରଙ୍କ ନିଯୁକ୍ତି ଦାବିକୁ ବଡ଼ ଝଟକା। ଦେଶ ଆଗଉଛି, ହେଲେ ନିଯୁକ୍ତି ସୁଯୋଗ କମୁଛି। ଲକ୍ଷ ଲକ୍ଷ ଲୋକ ଜୀବିକା ହରାଉଛନ୍ତି। କାର୍ଯ୍ୟ କ୍ଷେତ୍ରରେ ଲିଙ୍ଗଗତ ଓ ମଜୁରୀ ଅସମାନତା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଅକ୍ସଫାମ ଇଣ୍ଡିଆର ଏଭଳି ରିପୋର୍ଟ କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିଦେଇଛି।

ଘରୋଇ ସଂସ୍ଥାମାନେ ଠିକା କର୍ମଚାରୀଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି। ଶ୍ରମିକ ଶ୍ରେଣୀର ଲୋକମାନେ ସାମାଜିକ ସୁରକ୍ଷା ଅଭାବରୁ ଦୟନୀୟ ସ୍ଥିତିରେ ଅଛନ୍ତି।

କେନ୍ଦ୍ର ସରକାରଙ୍କ ବିକାଶର ମଡେଲ ଯୋଗୁଁ ଲୋକେ କାମ ହରାଉଛନ୍ତି। ଦେଶରେ ଜିଡିପି ବଢୁଛି କିନ୍ତୁ ବେରୋଜଗାର ବଢୁଛି। କର୍ମକ୍ଷେତ୍ରରେ ଲିଙ୍ଗଗତ ଅସମାନତା ଓ ପାରିଶ୍ରମିକରେ ବିଭେଦ ବଢ଼ୁଥିବାରୁ ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ସଂଗଠିତ କ୍ଷେତ୍ରରେ ଠିକା ଶ୍ରମିକଙ୍କୁ ପ୍ରାଧାନ୍ୟ ମିଳୁଛି। କିନ୍ତୁ ଏହି ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ଆଖିବୁଜି ଦେଉଛନ୍ତି ଘରୋଇ କ୍ଷେତ୍ର। ଗତ ୧୦ ବର୍ଷରେ ସ୍ଥାୟୀ କର୍ମଚାରୀଙ୍କ ଦରମାରେ ୧୦ ଗୁଣା ବୃଦ୍ଧି ହୋଇଥିବା ବେଳେ ଠିକା ଶ୍ରମିକଙ୍କ ଦରମା ମାତ୍ର ୪ ଗୁଣା ବଢିଛି।

କର୍ମକ୍ଷେତ୍ରରେ ମହିଳାଙ୍କ କମ ଯୋଗଦାନ ନେଇ ଉଦବେଗ ପ୍ରକାଶ ପାଇଛି। ଯେଉଁ ମହିଳା ଶ୍ରମିକ କାର୍ଯ୍ୟ କରୁଛନ୍ତି ସେମାନେ ଲିଙ୍ଗଗତ ବିିଭେଦର ଶିକାର ହେଉଛନ୍ତି। ସମାନ କାମପାଇଁ ସେମାନଙ୍କୁ ସମାନ ମଜୁରୀ ମିଳୁନାହିଁ। ଜାତି ଓ ଧର୍ମ ଭଳିସାମାଜିକ ପୃଷ୍ଠଭୂମିରେ ମଧ୍ୟ ମଜୁରୀ ଅସମାନତା ରହିଛି।

ବିକାଶ ସହ ନିଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରି ଅଧିକ ନିଯୁକ୍ତି ସୃଷ୍ଟିକରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଅକ୍ସଫାମ ଇଣ୍ଡିଆ। କର୍ମ କ୍ଷେତ୍ରରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ଅକ୍ସଫାମର ଏହିରିପୋର୍ଟ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published. Required fields are marked *