‘ଓରୁ ଆଦାର ଲଭ୍’- ଦର୍ଶକଙ୍କୁ ଆକୃଷ୍ଟ କରିଛି ପ୍ରଥମ ପ୍ରେମର ଅନୁଭୂତି
ସୋସିଆଲ୍ ମିଡିଆରେ ଚହଳ ପକାଇଥିବା ପ୍ରିୟା ପ୍ରକାଶଙ୍କ ଆଖିମାରିବା ଭିଡିଓକୁ ଆପଣ ବୋଧହୁଏ ଭୁଲିନଥିବେ । ଏବେ ପ୍ରିୟାଙ୍କ ଅଭିନୀତ ଫିଲ୍ମ ‘ଓରୁ ଓଦାରୁ ଲଭ୍’ ଭାଲେଣ୍ଟାଇନ୍ ଡେ’ ଭଳି ଏକ ବିଶେଷ ଦିନରେ ରିଲିଜ୍ ହୋଇଛି । ସ୍କୁଲ୍ ସମୟର ଦୁଷ୍ଟାମୀ ଓ ପ୍ରଥମ ପ୍ରେମର ଅନୁଭବକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢିଛି । ଏହି ଫିଲ୍ମର ସମସ୍ତ କଳାକାର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
ପ୍ରିୟା ପ୍ରକାଶଙ୍କ ସହିତ ବିଭିନ୍ନ ଭୂମିକାରେ ଅଛନ୍ତି – ନୁରିନ୍ ସରିଫ୍, ସୟେଦ୍ ଶାହଜାହାଁ, ରୌସନା ଅନି ରୟ ଓ ରୌସନ୍ ଅବ୍ଦୁଲ୍ ରହୁଫ୍ । ପ୍ରିୟା ପ୍ରକାଶଙ୍କ ଆଖିମାରିବା ଭିଡିଓ ଏହି ଫିଲ୍ମର ଟିଜର୍ ଭାବେ ପ୍ରାୟ ୧ବର୍ଷ ତଳେ ସୋସିଆଲ୍ ମିଡିଆରେ ସେୟାର୍ ହୋଇଥିଲା । ଏହି ଖବର ଜାଣିବା ପରେ ପ୍ରିୟାଙ୍କ ପ୍ରଶଂସକ ଓ ସିନେପ୍ରେମୀ ‘ଓରୁ ଓଦାରୁ ଲଭ୍’ର ରିଲିଜ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଯୁବପିଢ଼ିଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମଦିନ ଏହା ଆଖିଦୃଶିଆ ବ୍ୟବସାୟ କରିଥିବାରୁ ଆଗାମୀ ଦିନରେ ବକ୍ସଅଫିସ୍ କଲେକ୍ସନ୍ ଭଲ ହେବ ବୋଲି ସିନେ ସମୀକ୍ଷକମାନେ ଆଶା କରିଛନ୍ତି । ଫିଲ୍ମର ୩ଟି ଗୀତ -‘ଥାନାନାନାନାନା ପେନେ.,’, ‘ମାନିକ୍ୟ ମଲରୟ ପୁଭି…’ ଓ ‘ଫ୍ରେକ୍ ପେନେ ରାପ୍ଲ୍…’ ଏବେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ମାଲାୟାଲାମ୍ ଫିଲ୍ମ ‘ଓରୁ ଓଦାରୁ ଲଭ୍’ ର ନିର୍ଦ୍ଦେଶକ ଓ ଲେଖକ ହେଉଛନ୍ତି ଓମାର୍ ଲୁଲୁ । ଶାନ୍ ରେହେମାନ୍ ଏହାର ମ୍ୟୁଜିକ୍ ଡାରେକ୍ଟର୍ ଥିବାବେଳେ ସିପେନମାଟୋଗ୍ରାଫି ଦାୟିତ୍ୱରେ ଅଛନ୍ତି ସୋନୁ ସିଦ୍ଧାର୍ଥ ।
ଅଧିକ ପାଠ ପାଇଁ କ୍ଲିକ୍ କରନ୍ତୁ