ବିଧାନସଭାରେ ଭାରପ୍ରାପ୍ତ ମନ୍ତ୍ରୀ, ୬୧ ବିଧାୟକ ଅନୁପସ୍ଥିତ
ଭୁବନେଶ୍ଵର, (ଓଟି): ଓଡ଼ିଶା ବିଧାନସଭାରେ ବୁଧବାରଦିନ ଏକ ଅଭାବନୀୟ ପରିସ୍ଥିତି ଦେଖା ଦେଇଛି। ମନ୍ତ୍ରୀ ଓ ଅନେକ ଶଶସକ ଦଳ ବିଧାୟକଙ୍କ ଭିତରେ ଚାଲିଛି ଗୃହ କାର୍ଯ୍ୟ। ଏ ସମ୍ପର୍କରେ ବିରୋଧୀ ଦଳର ଆପତ୍ତିକୁ ବାଏଁ ବାଏଁ ଉଡ଼ାଇ ଶାସକ ଦଳ ପକ୍ଷରୁ କୁହାଯାଇଛି, ‘ସରକାର ଚଳାଇବା ଏକ ସାମୁହିକ ଦାୟିତ୍ଵ, ପ୍ରଶ୍ନ କର୍ତ୍ତାଙ୍କୁ ସବୁ ଉତ୍ତର ଦେବାକୁ ମନ୍ତ୍ରିମଣ୍ଡଳ ପ୍ରସ୍ତୁତ। ଏଣୁ ଏହାକୁ ଏକ ପ୍ରସଙ୍ଗ କରିବା ଉଚିତ ନୁହେଁ ବୋଲି ଜବାବ ରଖିଛନ୍ତି ଶାସକ ଦଳର ସଦସ୍ୟମାନେ।
ବୁଧବାର ପ୍ରଶ୍ନୋତ୍ତର କାଳରେ ରାଜ୍ୟ ସରକାରଙ୍କ ୨୧ ମନ୍ତ୍ରୀଙ୍କ ପକ୍ଷରୁ ୩ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ସେହିପରି ସଦସ୍ୟଙ୍କ ଭିତରୁ ୬୧ ଜଣ ଅନୁପସ୍ଥିତ ଥିଲେ। ଏହାକୁ ନେଇ ବିରୋଧୀ ଦଳ ଆଜି ସରକାରଙ୍କୁ ତାଚ୍ଛଲ୍ୟ କରିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାର ଭାରପ୍ରାପ୍ତ ମନ୍ତ୍ରୀରେ ବିଧାନସଭା ଚଳାଇଛନ୍ତି। ଗୃହରେ ମନ୍ତ୍ରୀ ମରୁଡ଼ି ହୋଇଚଇ ବୋଲି କହିବା ସହ ପ୍ରଶ୍ନୋତ୍ତର କାଳରେ ଉତ୍ତର ଦେବାର କାର୍ଯ୍ୟକ୍ରମକୁ ଅନ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିବା ଘଟଣାକୁ ସମାଲୋଚନା କରିଛନ୍ତି। ଏହା ଗୃହରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି ବୋଲି କହିବା ସହ ଶ୍ରୀ ସାଲୁଜା କହିଛନ୍ତି, ସରକାର ଯଦି ୨ଜଣ ମନ୍ତ୍ରୀରେ ଚାଲିପାରୁଛି ତେେ ବ୧୫ ଜଣ ମନ୍ତ୍ରୀ ରଖିଛନ୍ତି କାହିଁଁକି? ।
ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ କହିଛନ୍ତି, ବ୍ଲକ୍ରେ ଇନ୍ଚାର୍ଜ, ଥାନାରେ ଇନ୍ଚାର୍ଜ ଏବେ ବିଧାନସଭାରେ ବି ଇନ୍ଚାର୍ଜ ମନ୍ତ୍ରୀରେ କାର୍ଯ୍ୟ କରାଯାଉଛି।
ଏହାର ଜବାବ ମଧ୍ୟ ରଖିଛି ସରକାରୀ ଦଳ। ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ମନ୍ତ୍ରୀମଣ୍ଡଳର ମିଳିତ ଦାୟିତ୍ଵ ରହିଛି। କିଏ ରହିଲା ବା ନରହିଲା ବଡ଼ କଥା ନୁହେଁ, ପ୍ରଶ୍ନ କର୍ତ୍ତାଙ୍କୁ ଉତ୍ତର ମିଳିବା ହେଉଛି ବଡ଼ ବିଷୟ।
ପାଟକୁରା ନିର୍ବାଚନକୁ ଆଖଇରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ସେହିଠାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ଦୃଢ଼ କରିବା ଲାଗି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପାଟକୁରା ଗସ୍ତ କରିଛନ୍ତି।