ବାତ୍ୟାର ୭ ଦିନ ପରେ: ଗ୍ରାମୀଣ ପାଇପ୍‌ ଜଳ ଯୋଗାଣରେ ୬୫% ଉନ୍ନତି

ଭୁବନେଶ୍ଵର, (ଓଟି): ବାତ୍ୟା କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳରେ ପିଇବା ପାଣି ଏକ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ସମୁଦାୟ ଗ୍ରାମାଞ୍ଚଳର୧.୩ ପ୍ରତିଶତ ଅଞ୍ଚକୁ ପାଇପ୍‌ ପହଞ୍ଚାଯାଇଥିବା ବେଳେ ସେଥିରୁ ୩୫ ପ୍ରତିଶତ ଏବେ ଅଚଳ ହୋଇ ପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଗ୍ରାମାଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ୨୩୬୪ ପାଇପଜଳ ଯୋଗାଣ ପ୍ରକଳ୍ପ ଭିତରୁ ମାତ୍ର ୧୫୫୦ଟିକୁ ସରକାର କାର୍ଯ୍ୟକ୍ଷକ କରାଯାଇପାରିଛି। ଅର୍ଥାତ୍‌ ଗଲା ୭ ଦିନ ଭିତରେ ମାତ୍ର ୬୫% ସସଫଳତା ସରକାର ହାସଲ କରିଥିବା ଘୋଷଣା କରିଛନ୍ତି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ଯେ,  ‘ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ପାନୀୟ ଜଳଯୋଗାଣ ବ୍ୟବସ୍ଥା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ୨୩୬୪ଟି ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ ଆସନ୍ତା ୭ ଦିନ ମଧ୍ୟରେ ସଂପୂର୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରହିଛି । ୩୦୦ ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟରକୁ ପିଇବା ପାଣି ଯୋଗାଣ ପ୍ରକଳ୍ପ ଲାଗି ବ୍ୟବହାର କରାଯାଉଛି। ମୋବାଇଲ୍‌ ଟିମ୍‌ ଜରିଆରେ ଆବଶ୍ୟକ ସ୍ଥାନରେ ଜଳ ଯୋଗାଇ ଦିଆଯାଉଥିବା କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାର ସୁଦ୍ଧା ୨୨୬ଟି ଏବଂ ପୁରୀ ଜିଲ୍ଲାରେ ୭୧ଟି ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଭଦ୍ରକ ଜିଲ୍ଲାକୁ ଶତପ୍ରତିଶତ ଜଳଯୋଗାଣ ନିଶ୍ଚିତ କରାଯାଇଛି । ଯାଜପୁର, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାର ଶତପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ।

Leave a Reply

Your email address will not be published.