ଯାଞ୍ଚ ଯାତନା: ଟ୍ରକ୍‌କୁ ଲକ୍ଷେ ଜୋରିମାନା

ରାୟଗଡ଼ା(ଓଟି): ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ ଆରମ୍ଭ ହୋଇଯାଇଛି ଗାଡ଼ି ଯାଞ୍ଚ। ତେବେ ଏହାକୁ ସାଧାରଣରେ ଯାତନା ବୋଲି କୁହାଯାଉଛି ଓ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ଏକ ଟ୍ରକ୍‌କୁ ବିଭିନ୍ନ ଅଭିଯୋଗ ନେଇ ଲକ୍ଷେ ଟଙ୍କା ଫାଇନ୍‌ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ରାୟଗଡ଼ାରେ ଏକ କାଠ ବୋଝେଇ ଟ୍ରକ୍‌କୁ ୧ ଲକ୍ଷ ୧୦ ହଜାର ୮ଶହ ଟଙ୍କା ଫାଇନ୍ ହୋଇଛି। ରୋଡ୍ ଟ୍ୟାକ୍ସ ଦେଇନଥିବା ସହ ପରମିଟ୍ ପ୍ରମାଣପତ୍ର ନଥିବାରୁ ଏଭଳି ଫାଇନ କରାଯାଇଥିବା କୁହାଯାଉଛି। ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶ- ବିଶାଖାପାଟଣାର ବି. ସୁରୀବାବୁଙ୍କ ନାଁରେ ରହିଛି। ଏଭଳି ଫାଇନ୍‌ ଆଦାୟକୁ ନେଇ ଚାରିଆଡ଼େ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷରେ ରାଜ୍ୟସାରା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଚାଲିଛି ଜୋରଦାର ଧରପଗଡ଼। ତେବେ ଫାଇନକୁ ନେଇ ଅନେକ ସ୍ଥାନରେ ଗାଡ଼ି ଚାଳକ ଓ ପୁଲିସ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ରବିବାର ଭୁବନେଶ୍ଵର-ରାଜମହଲ ଛକ ଏବଂ ବାଲେଶ୍ୱରରେ ଫାଇନ୍‌କୁ ବିରୋଧ କରିଥିଲେ ଦୁଇଜଣ ଯୁବତୀ।

Leave a Reply

Your email address will not be published. Required fields are marked *