ଭୁବନେଶ୍ଵରରେ ଆଉଜଣେ କରୋନା ପଜିଟିଭ୍‌, ୨୦ ଜଣ ଡାକ୍ତରଖାନାରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵରରେ ଆଉଜଣେ କରୋନା ଭୁତାଣୁ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ କରାଯାଇଛି। ତାଙ୍କଘର ମଧୁସୂଦନ ନଗରରେ। ସେ ଜଣେ ୭୭ ବର୍ଷୀୟ ପୁରୁଷ ଏବଂ ପୂର୍ବରୁ ଚିହ୍ନିତ କରୋନା ରୋଗୀଙ୍କ ସମ୍ପର୍କୀୟ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂତନ କରୋନା ରୋଗୀଙ୍କ ଦ୍ଵାରା ରାଜ୍ୟରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୩୮ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରୁ ଭୁବନେଶ୍ଵରର ୨୦ ଜଣ ରହିଛନ୍ତି।

ଭୁବନେଶ୍ଵରରେ ଏବେ ସମୁଦାୟ ଚିହ୍ନିତ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪୭ ହୋଇଛ। ସେମାନଙ୍କ ଭିତରୁ ୨୬ଜଣ ସୁସ୍ଥ ହୋଇଛନ୍ତି, ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ତାଙ୍କ ପରିବାରର ଅନ୍ୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି। ଗଲା ୧୪ ତାରିଖରେ ଶେଷଥର ପାଇଁ ଭୁବନେଶ୍ଵରରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହାଦ୍ଵାରା ସଂଖ୍ୟା ୪୬ରେ ସୀମିତ ଥିଲା। ରାଜ୍ୟର ଉତ୍ତର ପ୍ରାନ୍ତରେ ସଂଖ୍ୟା ବଢ଼ୁଥିଲେ ମଧ୍ୟ ରେଡ୍‌ ଜୋନ୍‌ ତଥା ହଟସ୍ପଟ୍‌ ଭୁବନେଶ୍ଵରେ କୌଣସି କରୋନା ରୋଗୀଙ୍କ ଚିହ୍ନଟ କରଯାଇ ନଥିଲା। ଏହାକୁ ଆଖିରେ ରଖି ସରକାରଙ୍କ ଦ୍ଵାରା ଲଗାଯାଇଥିବା କଟକଣାକୁ ଆଜିଠାରୁ ସାମାନ୍ୟ କୋହଳ କରିବା ଲାଗି ଘୋଷଣା କରାଯାଇଛି। ଏହାଦ୍ଵାରା ଶପିଂ ମଲ, ମାର୍କେଟ କଂପ୍ଲେକ୍ସକୁ ଛାଡ଼ି ଅନ୍ୟ ପ୍ରା୍ର ସମସ୍ତ ଦୋକାନ ଖୋଲିବାକୁ ସରକାର ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି।

ପାନ, ଚା’, କଫି, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନକୁ ଅନୁମତି ଦିଆଯାଇ ନାହିଁ। ଭୁବନେଶ୍ଵରରେ କେଉଁ ଦୋକାନ ଖୋଲିବାକୁ ଅନୁମତି ପାଇଛି ସେସମ୍ପର୍କରେ ଜାଣିବା ଲାଗି ଏଇଠି କ୍ଲିକ୍‌ କରନ୍ତୁ

ଆସନ୍ତୁ ନଜର ପକାଇବା ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ:

 

ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା, ଏପ୍ରିଲ୍‌୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୭ ୨୬ ୨୦
ବାଲେଶ୍ଵର ୧୬ ୧୬
ଭଦ୍ରକ ୧୯ ୧୭
ଯାଜପୁର ୧୯ ୧୮
ସୁନ୍ଦରଗଡ଼ ୧୦
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ

 

କୋରାପୁଟ
ସମୁଦାୟ ୧୧୯ ୩୮ ୮୦

 

 

Leave a Reply

Your email address will not be published.