#article370: ଓମାର ଅବଦୁଲ୍ଲା ମୁକ୍ତ
ଭୁବନେଶ୍ଵର, (ଓଟି): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପ୍ରତିକାର ଅଟକ ( preventive detention)ରୁ ମୁକ୍ତ କରାଯାଇଛି। ଦୀର୍ଘ ୨୩୨ ଦିନ ପରେ ତାଙ୍କୁ ମୁକ୍ତି ମିଳିଛି। ଅଗଷ୍ଟ ୫ ତାରିଖରେ ତାଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ଫେବୃୟାରୀ ମାସରେ ତାଙ୍କ ବିରୋଧରେ ଜନସାଧାରଣ ନିରାପତ୍ତା ଆଇନ (ପିଏସଏ) ଦଫା ଲାଗୁ କରାଯାଇଥିଲା।
ମାର୍ଚ ୧୦ ତାରିଖରେ ଅବଦୁଲ୍ଲାଙ୍କୁ ୫୦ ବର୍ଷ ପୂରିବ। ଅଗଷ୍ଟ ୫ ତାରିଖରେ ତାଙ୍କୁ ଅଟକ ରଖାଯାଇଥିଲା। ଏହିଦିନ ଭାରତୀୟ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ଧାରା ଅନୁସାରେ ଜମ୍ମୁ କଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା।
ଏହି ଦିନ ଓମାରଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଫେବୃୟାରୀ ୫ ତାରିଖରେ ତାଙ୍କ ଉପରେ ପିଏସ୍ଏ ଲାଗୁ କରାଯାଇଥିଲା।