ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂସାମାରି ବୁଥ୍‌ରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଭୋଟ୍ ଦେବାକୁ ଆସି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଉଛନ୍ତି ନଟବର ବେହେରା। ନଟବର ଭୋଟ୍‌ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ହଠାତ୍‌ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତ ଯୋଗୁ ନଟବରଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ଆଜି ସକାଳ ୭ଟାରେ କଂସାହଣ୍ଡି ୧୮୩ନଂ ବୁଥକୁ ନଟବର ଯାଇଥିଲେ । ବୁଥରେ ବହୁତ ଲମ୍ବା ଧାଡ଼ି ଥିଲା । ଧାଡ଼ିରେ ଦୀର୍ଘ ସମୟଧରି ଠିଆ ହୋଇଥିବାରୁ ନଟବରଙ୍କ ମୁଣ୍ଡ ବୁଲାଇଥିଲା ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ । ସଂଗେ ସଂଗେ ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନେଇଯାଇଥିଲେ,କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published.