ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା



ଭୁବନେଶ୍ୱର ,(ଓଟି): ବଢିଲା ବାର୍ଦ୍ଧକ୍ୟ ଭତ୍ତା । ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ପାଇବେ ୫୦୦ ଟଙ୍କା । ୫୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ପାଇବେ । ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୃଦ୍ଧମାନେ ୭୦୦ ଟଙ୍କା ଭତ୍ତା ପାଇବେ । ଫଳରେ ରାଜ୍ୟର ୪୮ ଲକ୍ଷ ବୃଦ୍ଧ ,ବୃଦ୍ଧା ଦିବ୍ୟାଙ୍ଗ ଓ ଅସହାୟ ଉପକୃତ ହେବେ ।


ଆଗାମୀ ଫେବ୍ରୁଆରି ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

Leave a Reply

Your email address will not be published.