ରେଡ୍‌ ଜୋନ୍‌ରେ ଅଫିସ୍‌ ଖୋଲିପାରିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରେଡ୍‌ ଜୋନ୍‌ରେ ସରକାରୀ ଅଫିସ ସହ ବିଭିନ୍ନ ବେସରକାରୀ ଅଫିସ୍‌ ଖୋଲିପାରିବ। ଏଥିଲାଗି କୌଣସି ଅଧିକ ଅନୁମତି ବା ପାସ୍‌ ଆବଶ୍ୟକ ନାହିଁ। ନିଜ ନିଜ ଗାଡ଼ିରେ କୋଭିଡ୍‌ ୧୯ ନିୟମାବଳୀ ଆଧାରରେ ଏହାର କର୍ମଚାରୀମାନେ ଯିବା ଆସିବା କରିପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି ଯେ, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ କୌଣସି କଟକଣା ନାହିଁ। କିନ୍ତୁ ରେଡ୍‌ ଜୋନ୍‌ରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିପାରିବ। ଏଥିଲାଗି ସରକାରୀ ଅଫିସ୍‌ ଭଳି ଘରୋଇ ଅଫିସଙ୍କୁ କେଉଁ ୩୩ ପ୍ରତିଶତ କର୍ମଚାରୀ ଆସିବେ ସେଥିପାଇଁ ଏକ ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ତାଲିକା ସମ୍ପୃକ୍ତ କର୍ମଚାରୀଙ୍କ ପାଖକୁ ଅଫିସ ଅର୍ଡର ଭାବେ ପଠାଇବେ। ସେହି ଅର୍ଡର ଏବଂ ନିଜର ପରିଚୟ ପତ୍ର ଦେଖାଇ ସମ୍ପୃକ୍ତ କର୍ମଚାରୀ ଯାତ୍ରା କରିପାରିବେ। କିନ୍ତୁ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ସେମାନଙ୍କୁ ଚଳପ୍ରଚଳ ପାଇଁ ଅନୁମତି ନାହିଁ।

ନିଜ ନିଜ ଗାଡ଼ିରେ ସେମାରନେ ଅଫିସ ଯାଇପାରିବେ। ଦୁଇ ଚକିଆରେ ଜଣେ ଏବଂ ଚାରିଚକିଆରେ ଡ୍ରାଇଭରଙ୍କୁ ମିଶାଇ ତିନିଜଣ ଯାତ୍ରା କରିପାରିବେ ବୋଲି ଶ୍ରୀ ସିଂହ କହିଛନ୍ତି।

 

#corona quarantine: ସଙ୍ଗରୋଧ ସମୟ ୧୪ ଦିନରୁ ୨୮ ଦିନକୁ ବଢ଼ିବ

Leave a Reply

Your email address will not be published.