ଓଡ଼ିଶାଟାଇମ୍ ଡଟ୍କମ୍କୁ ଚଳିତ ମାସରେ୧୦ ଲକ୍ଷରୁ ଅଧିକ ପେଜ୍ ଭିଜିଟ୍, ଆମେ କୃତଜ୍ଞ
ଆମେ ଆଜି ଆପଣଙ୍କ ପାଖରେ କୃତଜ୍ଞ। ଏହା ଆପଣଙ୍କ ସଦିଚ୍ଛା ଓ ଆମକୁ ଖୋଜିବାର ଆଗ୍ରହ ପାଇଁ; ଆପଣଙ୍କ ବିଶ୍ଵାସ ଓ ଭରସା ପାଇଁ। ନହେଲେ ଗୋଟିଏ ମାସରେ ୧୦ ଲକ୍ଷ ପେଜ୍ ଭିଜିଟ୍ ହାସଲର ସ୍ଵପ୍ନ କ’ଣ ସାକାର ହୋଇଥାଆନ୍ତା!
ଆମର ବିଶ୍ଵାସ ହେଉ ନାହିଁ ଯେ, କିଛି ମାସ ଭିତରେ ଆମକୁ ଆପଣ ଏତେ ସମର୍ଥନ କରିଛନ୍ତି। ଆମକୁ ପଢ଼ୁଛନ୍ତି ଆଉ ଫଲୋ କରୁଛନ୍ତି। ଏହା ଆମକୁ ଆପଣଙ୍କ ସଙ୍ଗେ ଚାଲିବାର ମନୋବଳ ଯୋଗାଉଛି। ଏବେ ଆମେ ନିଶ୍ଚିତ ଯେ, ଆଉ ଓଡ଼ିଶାଟାଇମ୍ ଡଟ୍କମ୍ କୌଣସି ଏକ ବ୍ୟକ୍ତିଗତ ଓ୍ବେବ୍ ପତ୍ରିକା ନୁହେଁ, ବରଂ ଆପଣଙ୍କ ନ୍ୟୁଜ୍ ଓ ନ୍ୟୁଜ୍ ବିଶ୍ଳେଷଣ ଆଗ୍ରହକୁ କିଛି ପରିମାଣରେ ମେଣ୍ଟାଇପାରୁଥିବା ଏକ ଭରସାଯୋଗ୍ୟ ସଂସ୍ଥା।
ଏ କଥା କହିବାର କାରଣ ପଛରେ ରହିଛି ଗୁଗୁଲ୍ ଆନାଲିଟିକ୍ସର ଟ୍ରାକିଂ ତଥ୍ୟ। ଏହି ତଥ୍ୟ ଅନୁସାରେ ମାର୍ଚ୍ଚ ୨୫ ତାରିଖ ଦିନ ଆମେ ୧୦ ଲକ୍ଷ ପେଜ୍ ଭିଜିଟ୍ ଅତିକ୍ରମ କଲୁ। ଅର୍ଥାତ୍ ଏଇ ୨୫ ଦିନ ଭିତରେ ଆପଣଙ୍କ ଭଳି ଆଗ୍ରହୀ ପାଠକମାନେ ଆମ ଓ୍ବେବ୍ସାଇଟ୍ର ୧୦ ଲକ୍ଷ ପୃଷ୍ଠା ପଢ଼ିଛନ୍ତି। ଏହା ଆମ ଭଳି ଏକ କ୍ଷୁଦ୍ର ଉଦ୍ୟମର ସ୍ଵପ୍ନ ସାକାର ହେବା ଭଳି ଅବସରଟିଏ ସୃଷ୍ଟି କରୁଛି। ସେଇଥିପାଇଁ ଏ ଖୁସିର ମୁହୂର୍ତ୍ତକୁ ଆପଣଙ୍କୁ ବାଣ୍ଟିବା ଲାଗି ଏଇ ଆଲେଖ୍ୟଟି ପ୍ରସ୍ତୁତ।

ଶ୍ରେଣୀଗୃହରେ ନିଜର ଉନ୍ନତି ପାଇଁ ଶିକ୍ଷକଙ୍କ ନଜରକୁ ଆସିଥିବା ଛାତ୍ରଟି ଯେପରି ଅଧିକ ଯତ୍ନଶୀଳ ହୋଇଥାଏ ଆମେ ସେପରି ଆପଣଙ୍କ ଆଗ୍ରହ ଓ ବିଶ୍ଵାସକୁ ଅତୁଟ ରଖିବା ଲାଗି ଅଧିକ ସାମାଜିକ ଦାୟିତ୍ଵସମ୍ପନ୍ନ ହେଉଛୁ। ପ୍ରାର୍ଥନା, ସେଇ ବିଶ୍ଵାସ ଅତୁଟ ରହୁ, ଅକ୍ଷୟ ହେଉ।
ନିଜସ୍ଵ ଆପ୍
ଏବେ ଆମେ କେବଳ ଓ୍ବେବ୍ସାଇଟ୍ରେ ନୁହେଁ, ବରଂ ଆପଣଙ୍କ ମୋବାଇଲ୍ରେ ସହଜରେ ପହଞ୍ଚିବା ଲାଗି ନିଜସ୍ଵ ଆଣ୍ଡ୍ରଏଡ୍ ଆପ୍ ନିର୍ମାଣ କରିଛୁ। ଗୁଗୁଲ୍ ପ୍ଲେଷ୍ଟୋରରୁ ଆପଣ ‘ଓଡ଼ିଶାଟାଇମ୍’ ମୋବାଇଲ୍ ଆପ୍କୁ ଡାଉନ୍ଲୋଡ୍ କରିପାରିବେ। ଏହା ସୁରକ୍ଷିତ ଏବଂ ଆପଣଙ୍କୁ ଯେମିତି ବିରକ୍ତ ନକରିବ ସେଇ ମାନସିକତାରେ ପ୍ରସ୍ତୁତ। ଆପଣ ଆଣ୍ଡ୍ରଏଡ୍ ଫୋନ୍ରେ ଡାଉନ୍ଲୋଡ୍ ପାଇଁ କ୍ଲିକ୍ କରନ୍ତୁ:
https://play.google.com/store/apps/details?id=mobi.androapp.odishatime.c5932&hl=en
ଡେଲି ହଣ୍ଟ ଓ ନ୍ୟୁଜ୍ ପଏଣ୍ଟରେ ଓଡ଼ିଶାଟାଇମ୍
ନିଜସ୍ଵ ଆପ୍ ସହ ଆମେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ଡିଜିଟାଲ୍ କଣ୍ଟେଣ୍ଟ ବଣ୍ଟନକାରୀ ପ୍ଲାଣ୍ଟଫର୍ମ ଡେଲି ହଣ୍ଟ ଏବଂ ନ୍ୟୁଜ୍ ପଏଣ୍ଟର ମୋବାଇଲ୍ ଆପ୍ରେ ଉପଲବ୍ଧ। ଏଥିଲାଗି ସମ୍ପୃକ୍ତ ଆପ୍କୁ ଆପଣ ଡାଉନ୍ଲୋଡ୍ କରି ଓଡ଼ିଶାଟାଇମ୍କୁ ଫଲୋ କରିପାରନ୍ତି।
ସୋଶାଲ୍ ମିଡିଆରେ ନିଜସ୍ଵ ପେଜ୍
ସୋଶାଲ୍ ମିଡିଆରେ ଯେମିତି ଫେସ୍ବୁକ୍ ଓ ଟ୍ବିଟରରେ ବି ଆପଣ ଓଡ଼ିଶା ଟାଇମ୍ ଡଟ୍କମ୍ର ଅପ୍ଡେଟ୍ସବୁ ଉପଲବ୍ଧ। ଖାଲି ଆପଣ ଆମ ପୃଷ୍ଠା https://www.facebook.com/odishatimedotcom/ କୁ ଲାଇକ୍ କରନ୍ତୁ ବା ଆପଣ ଟ୍ବିଟରରେ ଆମ ହ୍ୟାଣ୍ଡଲ https://twitter.com/odishatime ଫଲୋ କରିପାରନ୍ତି।
ଆପଣଙ୍କ ମତାମତ
ଆଶା କରୁଛୁ ଆପଣ ଆମକୁ ନ୍ୟୁଜ୍ ସମ୍ବନ୍ଧୀୟ ଯୋଗଯୋଗ ବା ଫିଡ୍ବ୍ୟାକ୍ ଲାଗି odisha.time@gmail.com ଇମେଲ୍ ଆଇଡି ବ୍ୟବହାର କରିବେ।