ପ୍ରଥମ ଓଡ଼ିଆ: ଅବିନାଶ ହେଲେ ମାଷ୍ଟର୍ ସେଫ୍ ଅଫ୍ ଇଣ୍ଡିଆ

ଭୁବନେଶ୍ଵର (ଓଟି): ରାଜଗାଙ୍ଗପୁର ସ୍କୁଲରୁ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଇଞ୍ଜିନିୟରିଂ କଲେଜ। ସେଇଠୁ ହାଇଦ୍ରାବାଦର ଇନଫୋସିସରେ ଜଣେ ବରିଷ୍ଠ ସିଷ୍ଟମ ଇଞ୍ଜିନିୟର। ତେବେ ସେ ଭିତରେ ନିଜ ଭିତରେ ରହିଥିବା ଅନ୍ୟ ଏକ ଦକ୍ଷତାକୁ ସେ ସଫଳତାର ସହ ପ୍ରତିପାଦନ କରିପାରିଛନ୍ତି। ଇଚ୍ଛା ଓ ନିଶାକୁ ମିଶାଇ ସେ ସଫଳତା ସାଉଁଟିଛନ୍ତି। ଆଉ ପ୍ରଥମ ଓଡ଼ିଆ ଭାବେ ହାସଲ କରିଛନ୍ତି ମାଷ୍ଟରସେଫ୍ ଟାଇଟଲ ଅଫ୍‌ ଇଣ୍ଡିଆ। ହଁ ସେ ହେଉଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଘର ଗଞ୍ଜାମ ଜିଲ୍ଲାର ରେଷମ ସହର ବ୍ରହ୍ମପୁର। ୨୭ ବର୍ଷୀୟ ଅବିନାଶ ଏହି ଗୌରବ ହାସଲ କରିଥିବାବେଳେ ମାର୍ଚ୍ଚ ପହିଲାରେ ଟାଇଟଲ୍‌ ନେଇ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ଭାରତର ଲୋକପ୍ରିୟ କୁକିଙ୍ଗ ରିଆଲିଟି ଶୋ’ ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬ର ବିଜେତା ଅବିନାଶ ‘ଚିକେନ୍ ବେସର’ ପ୍ରସ୍ତୁତ କରି ବିଚାରକଙ୍କ ମନ ଜିଣିଥିଲେ ଏବଂ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଶ୍ରେଷ୍ଠ-୧୦ରେ ଅବିନାଶ କଡ଼ା ମୁକାବିଲା କରିଥିବାବେଳେ ଫାଇନାଲରେ ପ୍ରତିଯୋଗୀଙ୍କୁ ‘ଥ୍ରୀ-କୋର୍ସ-ମିଲ’ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ଏଥିରେ ଅବିନାଶ ବିଚାରକ ମଣ୍ଡଳୀଙ୍କ ହୃଦୟ ଜିଣିଥିଲେ। ଚିଙ୍ଗୁଡି, ଅଦା ମାଂସ ଓ ଓଡ଼ିଶାର ପାରମ୍ପରିକ ଛେନାପୋଡ଼ ପ୍ରସ୍ତୁତ କରିଥିଲେ। ଏସବୁ ତାଙ୍କୁ ଦେଇପାରିଛି ସଫଳତା। ଟ୍ରଫି ସହ ସେ ହାସଲ କରିଛନ୍ତି ୨୫ଲକ୍ଷ ଟଙ୍କା।

ସୂଚନାଯୋଗ୍ୟଯେ ଓଇନ୍ଦ୍ରିଲା ବାଲା(୩୫) ଶୋ’ର ରନର୍ସଅପ୍‌ ହୋଇଛନ୍ତି।

Leave a Reply

Your email address will not be published. Required fields are marked *