#OdishaFightsCorona: ସୁସ୍ଥ ହେଲେ ୧୦ କରୋନା ରୋଗୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଏକ ଖୁସି ଖବର। ୪୫ ସକ୍ରିୟ କରୋନା ରୋଗୀଙ୍କ ଭିତରୁ ୧୦ଜଣ ଆଜି ସୁସ୍ଥ ହୋଇଛନ୍ତି। ସେମାନେ କୋଭିଡ୍୧୯ ପରୀକ୍ଷଣରେ ନେଗେଟିଭ୍ ଫଳ ଦେଇଛନ୍ତି। ଏହି ୧୦ ଜଣଙ୍କ ଭିତରୁ ଭୁବନେଶ୍ଵରର ୫ ଜଣ ରୋଗୀ ହୋଇଥିବା ବେଳେ ଦୁଇଜଣ ଭଦ୍ରକରୁ ଏବଂ ପୁରୀ, କଟକ ଓ ଯାଜପୁରରୁ ଜଣେ ଲେଖାଏଁ ରୋଗୀ ରହିଛନ୍ତି।
ସେମାନେ ଏବେ ଘରକୁ ଫେରିବେ କିନ୍ତୁ ସେଠାରେ ୧୪ ଦିନ ଯାଏ ଗୃହାବଦ୍ଧ ରହିବେ। ଏହା ଏକ ସଫଳତା ହୋଇଥିବାରେୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇଛି।
ଆଜି ଓଡ଼ିଶା ପାଇଁ ଏକ ଗୁରୁତ୍ଵପୂଣ୍ଣ ଦିନ। କାରଣ ଓଡ଼ିଶାରେ ଆଜି କରୋନା ଚିହ୍ନଟ ପାଇଁ ସବୁଠାରୁ ଶକ୍ତିଶାଳୀ କୋବାସ୍ ମସିନ୍ ସ୍ଥାପନ କରାଯାଇଛି। ଏଠାରେ ଗୋଟିଏ ଦିନରେ ୧୦୦୦ ସାମ୍ପଲ୍ ପରୀକ୍ଷଣ କରାଯାଇପାରିବ। ଏପେଟେ ୧୦ ଜଣ ରୋଗୀ ରୋଗମୁକ୍ତ ହୋଇଛନ୍ତି।
ଏହାଦ୍ଵାରା ଏବେ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୫ ହୋଇଛି। ଏମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଦୁଇଜଣ ଝିଅ ସାମିଲ୍ ରହିଛନ୍ତି। ପୁଣି ସେଥିରୁ ଦୁଇଜଣଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ଡିଏମ୍ଇଟି ନିର୍ଦେଶକ ଡା. ସିବିକେ ମହାନ୍ତି ଜଣାଇଛନ୍ତି।