#OdishaFightsCorona: ନଜର ପକାନ୍ତୁ ଭୁବନେଶ୍ଵରରେ କେଉଁଠି କେତେ କରୋନା ରୋଗୀ
ଭୁବନେଶ୍ଵର, (ଓଟି): ରାଜ୍ୟ ରାଜଧାନୀ ଭୁବନେଶ୍ଵର ଏବେ ଓଡ଼ିଶାର କରୋନା ହଟ୍ସ୍ପଟ୍। ପୁଣି ଏ ଭିତରେ କିଛି ଅଞ୍ଚଳ ରହିଛି ଯେଉଁଠି ସଂକ୍ରମଣ ଯଥେଷ୍ଟ ରହିଛି। ଆସନ୍ତୁ ନଜର ପକାଇବା କେଉଁଠି କେତେ କରୋନା ପଜିଟିଭ୍ ରହିଛନ୍ତି।
ବମିଖାଲ-୧୪
ସବୁଠାରୁ ଅଧିକ କରୋନା ରୋଗୀ ରହିଛନ୍ତି ବମିଖାଲ୍ରେ। ଏଠାରେ ୧୪ ରୋଗୀ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏମାନଙ୍କ ବାବଦରେ ସରକାର ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ର ଲୋକଙ୍କୁ ଚିହ୍ନଟ କରିସାରିଛନ୍ତି। ଏଠାରେ ଆକ୍ଟିଭ୍ ସର୍ଭିଲାନ୍ସ ଜାରି ରହିଛି। ବିଲମ୍ସି ପକ୍ଷରୁ ସ୍ୟାନିଟାଇଜ୍ କରାଯାଇଛି। ଅଞ୍ଚଳ ସିଲ୍ କରାଯାଇଛି।
ସୂର୍ଯ୍ୟନଗର-୮
ଏହାତଳକୁ ସଂକ୍ରମିତ ଅଞ୍ଚଳ ହେଉଛି ସୂର୍ଯ୍ୟନଗର। ଏଠାରେ ୮ଜଣ ରୋଗୀ ରହିଛନ୍ତି। ଏମାନଙ୍କ ଭିତରେ ପ୍ରଥମ ରୋଗୀଙ୍କ ନାଁ ସରକାର ଘୋଷଣା କରିଛନ୍ତି। ଅଞ୍ଚଳକୁ ସିଲ୍ ବି କରିଛନ୍ତି। ସ୍ୟାନିଟାଇଜ୍ କରାଯାଇଛି। ଏଠାରେ ସେହି ବ୍ୟକ୍ତିଙ୍କଠାରୁ ୭ ଜଣଙ୍କୁ କରୋନା ସଂକ୍ରମିତ କରିଛି। ସେମାନଙ୍କ ଭିତରେ ତାଙ୍କ ପରିବାର ଏବଂ ଘରେ ଭଡ଼ାରେ ରହୁଥିବା ଲୋକେ ସାମିଲ୍। ତାଙ୍କର ବି ବାହାର ରାଜ୍ୟରେ କେହି ବନ୍ଧୁଙ୍କ ସହ ସମ୍ପର୍କ ରହିଥିଲା।
ସତ୍ୟନଗର-୪
ନିକଟରେ ଚର୍ଚାରେ ରହିଛି ସତ୍ୟନଗର। ଏଠାରେ ଜଣେ ରୋଗୀଙ୍କ ବାହାର ରାଜ୍ୟ ବା ବିଦେଶ ଯିବା ଇତିହାସ ନାହିଁ । କିନ୍ତୁ ୪ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହି ୪ ଜଣଙ୍କ ଭିତରୁ ୩ ଜଣ ବମିଖାଲ୍ ପରିବାର ସହ ସମ୍ପୃକ୍ତ। ଏ ଅଞ୍ଚଳକୁ ସ୍ୟାନିଟାଇଜ୍ କରାଯାଇଛି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବାବଦରେ ସରକାର ତଥ୍ୟ ସଂଗ୍ରହ କରି ସେମାନଙ୍କ ସାମ୍ପଲ୍ ପରୀକ୍ଷା କରୁଛନ୍ତି। ଏହା ଏକ ସ୍ଥାନୀୟ ସଂକ୍ରମଣ ବୋଲି ଆଶଙ୍କା କରାଯାଉଛି। କାରଣ ରୋଗୀମାନେ ବିଭିନ୍ନ ସ୍ଥାନରେ ରହିଛନ୍ତି।
ଏହି ତିନି ଅଞ୍ଚଳ ହଟ୍ସ୍ପଟ ହୋଇଥିବା ବେଳେ ୮ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଜଣେ ଜଣେ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ସେଥିରେ ସାମିଊ୍ ରହିଛି ସମ୍ ହସ୍ପିଟାରଲ୍ ନିକଟ ଜିମ୍ଖାନା ପାମ୍ ହାଇଟ୍ସ, ଶହୀଦ ନଗର, ୟୁନିଟ୍-୪, ୟୁନିଟ୍-୫, କପିଳ ପ୍ରସାଦ, ବିଜେବି ନଗର, ବଡ଼ଗଡ଼ ଏବଂ ଝାରପଡ଼ା। ଏସବୁ ଅଞ୍ଚଳରେ ଜଣେ ଲେଖାଏ କରୋନା ରୋଗୀ ଏଯାଏ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୩୪ରେ ପହଞ୍ଚିଛି।
କୋଭିଡ୍-୧୯ ନିୟମ ଅନୁସାରେ ବିଏମ୍ସି ପକ୍ଷରୁ ଏଠାରେ ଥିବା ଜନଗହଳି ସ୍ଥାନ ଯେମିତି ହାଟ, ବଜାର, ଛକ ସ୍ଥାନମାନଙ୍କରେ ବିଶୋଧନ କରାଯାଇଛି। କିନ୍ତୁ ସମ୍ବେଦନର କଥା ହେଉଛି, ସଂକ୍ରମଣ ଏବେ ବିଦେଶୀ ବା ବହିରାଗତ ଲୋକଙ୍କ ପାଖଷର ନୁହେଁ ସ୍ଥାନୀୟ ଅଞ୍ଚଳାରେ ମଧ୍ୟ ବଢ଼ିଛି। ଏହା ପ୍ରଶାସନର ମୁଣ୍ଡବିନ୍ଧା କରିଛି। ଅଧିକ ଟେକ୍ନୋଲୋଜି ଏବଂ ଆକ୍ଟିଭ୍ ସର୍ଭିଲାନ୍ସ ଦ୍ଵାରା ହିଁ ଏହାକୁ ରୋକା ଯାଇପାରିବ।