#OdishaFightsCorona: ଦୋକାନ, ବଜାର, ହାଟକୁ ଗାଡ଼ି ନେବା ମନା, ନମାନିଲେ ପୁଲିସ ଉଠେଇନେବ
ଭୁବନେଶ୍ଵର, (ଓଟି): ମହାମାରୀ କରୋନା କବଳରୁ ଜନସାଧାରଣଙ୍କୁ ରକ୍ଷା କରିବା ଲାଗି ଓଡ଼ିଶା ସରକାର ଓ ପ୍ରଶାସନ ଯଥାସାଧ୍ୟ ଉଦ୍ୟମ ମରୁଛନ୍ତି।ସୋଶାଲ୍ ଡିଷ୍ଟାନ୍ସିଂ ଏବଂ ସଚେତନତା କରୋନାକୁ ପରାସ୍ତ କରିବାର ଏକମାତ୍ର ରାସ୍ତା ଭାବେ ଗ୍ରହଣ କରାଯାଉଥିବା ବେଳେ ରାଜୃ ସରକାର ସେଥିଲାଗି ଅନେକ ପ୍ରୟାସ କରୁଛନ୍ତି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରିବା ଲାଗି ଗ୍ରୋସରୀ, ପରିବା, ମାଛ ବଜାର, କ୍ଷୀର ଓ ମେଡିସିନ୍ ଦୋକାନ ଖୋଲଶ ଥିଲେ ମଧ୍ୟ ଲୋକେ ସେଠାରେ ଗାଡ଼ି ମୋଟର ପାର୍କିଂ କରି ଗହଳି କରୁଛନ୍ତି। ସରକାରୀ ପାସ୍ର ଦୂରୁପୋଯୋଗ କରୁଛନ୍ତିି। ଏହାକୁ ଆଖିରେ ରଖି ଭୁବନେଶ୍ଵ-କଟକ କମିଶନରେଟ୍ ପୁଲିସ ଏକ ନୂଆ ନିୟମ ପାଳନ କରିବାକୁ ସୂଚନା ଦେଇଛନ୍ତି। ଏଣିକି ଯେଉଁ ଲୋକ ଦୋକାନ ଆଗରେ ଗାଡ଼ି ରଖିବ ତାହାଙ୍କ ଗାଡ଼ିକୁ ପୁଲିସ୍ ଉଠାଇନେବ ବୋଲି ଧମକ ଦିଆଯାଇଛି।
ପାର୍କିଂ ନାଁରେ ଗହଳି କରିବା ଏବଂ ଦୋକାନ ଆଗରେ ସୋଶାଲ୍ ଡିଷ୍ଟାନ୍ସିଂକୁ ପାଳନ କରିବା ଲାଗି ପୁଲିସ ଏହି ନିଷ୍ପତ୍ତି ନେଇଥିବେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇ ଜନସାଧାରଣଙ୍କୁ ଜଣାଇଛନ୍ତି ଯେ, ପ୍ରଶାସନ ଦ୍ଵାରା ଦିଆଯାଇଥିବା ଗାଡ଼ି ପାସ୍କୁ କେବଳ ଘରୁ ଅଫିସ ଯିବା ଏବଂ ଆସିବା ଲାଗି ବ୍ୟବହାର କରିବାକୁ ଅନୁମତି ରହିଛି। ତାହା ଦୋକାନ ବଜାର ଆଗରେ ଗାଡ଼ି ରଖିବା ପାଇଁ ନୁହେଁ। ଲୋକେ ତାଙ୍କ ଘର ନିକଟ ଦୋକାନରୁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିବେ। ଏଥିଲାଗି ଚାଲି ଚାଲି ଯିବେ ବୋଲି ସେ କହିଛନ୍ତି। ଏହାଦ୍ଵାରା ଗହଳି କମାଯାଇପାରିବ।
ଏହାବାଦ୍ ବିଏମ୍ସି ପକ୍ଷରୁ ଏବେ ୧୨୦ଟି ମୋବାଇଲ୍ ଭ୍ୟାନ୍ ଦ୍ଵାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏହି ସଂଖ୍ରଶ ଆଜି ସନ୍ଧ୍ୟା ସୁଦ୍ଧା ୨୦୦ ହେବ ବୋଲି ସେ ସୂଚନା ଦେଇଛନ୍ତି।