#OdishaFightsCorona: କେନ୍ଦ୍ରାପଡ଼ାର ଦୁବାଇ ଫେରନ୍ତା କରୋନା ପଜିଟିଭ
ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ସେ ନ୍ଦେ୍ରାପଡ଼ା ଜିଲ୍ଲା।ର ତାଙ୍କ ବୟସ ୩୨ ବର୍ଷ ହେବ। ମାର୍ଚ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି। ଏହାଦ୍ଵାରା ଓଡ଼ିଶାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।
ଏହି ୪୦ ଜଣଙ୍କ ଭିତରୁ କେବଳ ଭୁବନେଶ୍ଵରରେ ୩୧ଜଣ ଚିହ୍ନଟ କରାଯାଇଛି। ଅନ୍ୟ ଯେଉଁ ୬ ଜଣ ଆକ୍ଟିଭ୍ ରହିଲେ ସେଥିରୁ କଟକ, ଯାଜପୁରର ବ୍ରହ୍ମବରଦା, କଳାହାଣ୍ଡି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଏନ୍ଏସି ଅଞ୍ଚଳରୁ ୩ଜଣଙ୍କୁ ଚିହ୍ନଟ କରାଯାଇଛି।
କେନ୍ଦ୍ରାପଡ଼ାରେ ଏ ହେଉଛନ୍ତି ପ୍ରଥମ କରୋନା ରୋଗୀ। ପଜିଟିଭ୍ ଜଣା ପଡ଼ିବା ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆକ୍ଟିଭ୍ ସର୍ଭିଲାନ୍ସ ଆରମ୍ଭ ହୋଇଛି।











