#OdishaFightsCorona: ଓଡ଼ିଶାରେ ସଦ୍ୟ ଚିହ୍ନିତ ୪ କରୋନା ରୋଗୀ କିଏ , ଜାଣନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଓଡ଼ିଶାରେ ଏଯାଏ ୫୪ଜଣ କରୋନା ରୋଗୀଙ୍କ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ସଦ୍ୟ ୪ଜଣଙ୍କ ଗସ୍ତ ବିବରଣୀ ବାବଦରେ ସରକାର ତଥ୍ୟ ଜାରୀ କରିଛନ୍ତି। ଏହି ରୋଗୀମାନଙ୍କୁ କରୋନା ରୋଗୀ ସଂଖ୍ୟା ୫୧, ୫୨, ୫୩ ଏବଂ ୫୪ ଭାବେ ଚିହ୍ନଟ କରାଯାଇଛି।
ରୋଗୀ ସଂଖ୍ୟା ୫୧
ୟେ ହେଉଛନ୍ତି ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର। ଏହାଙ୍କ ବୟସ ୬୭ ବର୍ଷ ଏବଂ ସେ ଜଣେ ପୁରୁଷ। ତାଙ୍କର ନିଜାମୁଦ୍ଦିନ ଧର୍ମ ସଭା ସହ ସମ୍ପକଅ୍ତି ରହିଛି। ସରକାରଙ୍କ ସୂଚନା ଅନୁସରେ ସେ ୫ ମାର୍ଚ ଦିନ ଉତ୍କଳ ଏକ୍ସପ୍ରେସ୍ ଯୋଗେ ରାଉରକେଲାରୁ ଦିଲ୍ଲୀ ଯାତ୍ରା କରିଥିାଲ। ୬ରୁ ୧୦ ତାରିଖ ଯାଏ ଦିଲ୍ଲୀ ନିଜାମୁଦ୍ଧି ତବଲିଘି ସମାବେଶରେ ଯୋଗ ଦେଇଥିଲେ। ସେଠାରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ରେ ୧୦ ମାର୍ଚ ଦିନ ବିଳସପୁର ଆସିଥିଲେ। ବିଳାସପୁରରୁ ୧୧ ତାରିଖରେ ରାଉରକେଲା ଦେଇ ସେ ବିଶ୍ରା ପହଞ୍ଚିଥିଲେ। ୧୨ ମାର୍ଚରୁ ବିଶ୍ରାରେ ହୋମ୍ କ୍ଵାରେଣ୍ଟାଇନ୍ରେ ଥିବା ସେ ଦର୍ଶାଇଛନ୍ତି। ୨ ଏପ୍ରିଲ୍ରୁ ତାଙ୍କୁ ସରକାରୀ କ୍ଵାରେଣ୍ଟାଇନ୍କୁ ପଠାଯାଇଥିଲା। ୧୧ ତାରିଖ ଯାଏ ସେଠାରେ ରହିଥିଲେ। ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉ ନଥିଲା। କିନ୍ତୁ ୧୧ ତାରିଖରେ ତାଙ୍କର ସାମ୍ପଲ୍ ପଜିଟିଭ୍ ଆସିବାରୁ ତାଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ରୋଗୀ ସଂଖ୍ୟା ୫୨
୧୮ ବର୍ଷୀୟ ଯୁବକ ବିଶ୍ରା ସୁନ୍ଦରଗଡ଼ର ଅଟନ୍ତି। ସେ ୧୦ ମାର୍ଚରେ ସେ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ସମ୍ପର୍କରେ ଆସିଥିଲେ। ସେ ୧୦ ମାର୍ଚରେ ଯାଜପୁରର ଚାରିନଙ୍ଗଳ ରୁ ରାଉରକେଲାକୁ ବସ୍ ଯୋଗେ ଆସିଥିଲେ। ସେଠାରୁ ଅଟୋ ନେଇ ବିଶ୍ରା ପହଞ୍ଚିଥିଲେ। ୧୧ରୁ ୨୦ ତାରିଖ ଯାଏ ସେ ଆସିୟାନା ମସ୍ଜିଦ୍ରେ ରହିଥିଲେ। ସେଠାରୁ ସୁନ୍ଦରଗାଁର ମସ୍ଜିଦ୍କୁ ଯାଇଥିଲେ। ତା ପରେ ୧୧ ତାରିଖରେ ତାଙ୍କୁ ସରକାରୀ କ୍ଵାରେଣ୍ଟାଇନ୍ ଶିବିରକୁ ପଠାଯାଇଥିଲା। ୧୧ ଏପ୍ରିଲ୍ ତାଙ୍କ ନମୁନାରେ କରୋନା ଭୁତାଣୁ ଚିହ୍ନଟ କରାଯିବା ପରେ ସେ ପାଲଟିଥିଲେ ଓଡ଼ିଶାର ୫୨ତମ ରୋଗୀ। ତାଙ୍କୁ ରାଉର୍କେଲା ହାଇଟେକ୍ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଛି।
ରୋଗୀ ସଂଖ୍ୟା ୫୩
ୟେ ହେଉଛନ୍ତି ୪୬ ବର୍ଷୀୟ ପୁରୁଷ । ଏହି ରୋଗୀ ସଂଖ୍ୟା ୪୨ଙ୍କ ଘନିଷ୍ଠ ସମ୍ପର୍କୀୟ। ସେ ୨୫ ମାର୍ଚରୁ ୩ ଏପ୍ରିଲ୍ ଯାଏ ବାଙ୍କୁଆଳ, କେସୁରା ଏବଂ ଝାରପଡ଼ାରେ ଥିଲେ। ୪ରୁ ୬ ଏପ୍ରିଲ ଯାଏ ୪୨ ନମ୍ବର ରୋଗୀଙ୍କ ଆଟେଣ୍ଡାଣ୍ଟ ଭାବେ ଏମ୍ସ ଯାଇଥିାଲେ। ୭ ଏପ୍ରିଲ୍ରୁ ୧୦ ଏପ୍ରିଲ୍ କ୍ଵାରେଣ୍ଟାଇନ୍ରେ ରହିଲେ। ୧୧ ଏପ୍ରିଲ୍ରେ ତାଙ୍କ ସ୍ଵାବ୍ ନମୁନା ପଜିଟିଭ୍ ଆସିଲା। ଏବଂ ତାଙ୍କୁ କିମ୍ସ୍ କୋଭିଡ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଏବେ ସେ ସେଠାରେ ଅଛନ୍ତି।
ରୋଗୀ ସଂଖ୍ୟା ୫୪
ୟେ ଜଣେ ୧୭ ବର୍ଷୀୟ ମହିଳା। କୋଲକତାରୁ ଆସିଥିବା ଏକ ଆମ୍ବୁଲାନ୍ସ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଗାଁ ହେଉଛି କେନ୍ରାଦ୍ଜରାପଡ଼ା ଜିଲ୍ଲା ରାଜନଗରର ନାଳଦା। ୨୯ ମାର୍ଚରେ ଏହି ଘଟଣା ଘଟିଥିଲା। ଏହାପରେ ସେ ନିଜ ଘରେ ୩୦ ମାର୍ଚରୁ ୧୧ ମାର୍ଚ ଯାଏ କ୍ଵାରେଣ୍ଟାଇନ୍ ରହିଥିଲେ। କୌଣସି ଲକ୍ଷଣ ଦେଖାଯାଉ ନଥିଲା। କିନ୍ତୁ ୧୧ ତାରିଖରେ ସେ ପଜିଟିଭ୍ ବୋଲି ଜଣାପଡ଼ିଥିଲେ। ଏବେ ତାଙ୍କୁ ଅଶ୍ଵିନୀ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।