#OdishaFightsCorona: ବାୟୁସେନା ବିମାନ ଓଡ଼ିଶାରେ, ପ୍ରତିଷ୍ଠା ହେବ ଅଧିକ କରୋନା ପରୀକ୍ଷଣ କେନ୍ଦ୍ର,
ଭୁବନେଶ୍ଵର, (ଓଟି): କେବଳ ଆମାଶମାର୍ଗକୁ ସୀମାନ୍ତ ସୁରକ୍ଷା ବା ଶତ୍ରୁ ଦେଶକୁ ମୁହତୋଡ଼ ଜବାବ ଦେବା ପାଇଁ ନୁହେଁ ବାୟୁସେନା କୌଣସି ବି ବିପତ୍ତି ସମୟରେ ଦେଶବାସୀଙ୍କ ସାଙ୍ଗରେ ଠିଆ ହୁଏ, ଏହା ପୁଣିଥରେ ପ୍ରମାଣିତ ହୋଇଛି। କରୋନା ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧରେ ବି ସାମିଲ୍ ହୋଇ ବାୟୁସେନାର ପାଇଲଟ୍ମାନେ ଦେଶର ବିଭିନ୍ନ ସ୍ଥାନକୁ ଆବଶ୍ୟକ ମେଡିକାଲ୍ ଉପକରଣ ଓ ମାନବସମ୍ବଳ ଯଥେଷ୍ଟ କମ୍ ସମୟରେ ପହଞ୍ଚାଇପାରୁଛି। ଏହିକ୍ରମରେ ଓଡ଼ିଶାରେ ଏକ ବିମାନ ପହଞ୍ଚିଛି।
ଏଏନ୍୩୨ ପରିବହନ ବିମାନ ଆଜି ଭୁବନେଶ୍ଵରରେ ଅପରାହ୍ଣରେ ପହଞ୍ଚିଛି। ସୁରକ୍ଷିତ ଭାବେ ଏହା ତାମ୍ବରାମ୍ ଏୟାଫୋର୍ସ ବେସ୍ରୁ ଆବଶ୍ୟକ ଜିନିଷ ଓ ପ୍ରଫେସନାଲ୍ଙ୍କୁ ଆଣିଆସିଥିଲା। ଏଥିରେ ୩୫୦୦ କିଲୋ ଜିନିଷ ଏବଂ ୧୯ଜଣ ପ୍ରଫେସନାଲ୍ ଥିଲେ।
ରାଜ୍ୟରେ ଭାରତୀୟ ମେଡିକାଲ୍ ଗବେଷଣା କାଉନ୍ସିଲ୍ ( ଆଇସିଏମ୍ଆର୍) ଦ୍ଵାରା ପ୍ରତିଷ୍ଠା ହେବାକୁ ଥିବା କୋଭିଡ୍ ଲ୍ୟାବ ପାଇଁ ଏହି ଜିନିଷ ଉଦ୍ଦିଷ୍ଟ ରହିଛଇ ବୋଲି ବାୟୁସେନା ପକ୍ଷରୁ ଟ୍ବିଟ୍ରେ ଜଣାଇ ଦିଆଯାଇଛି।
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଖୁବ୍ ଶୀଘ୍ର କରୋନା ସନ୍ଦିଗ୍ଧଙ୍କ ପରୀକ୍ଷଣ ମାତ୍ରା ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି। ଏହିକ୍ରମରେ ରାଜ୍ୟରେ ମାତ୍ର ତିନୋଟି ଲ୍ୟାବ୍ରେ ପରୀକ୍ଷଣ ହେଉଛି। ଏଗୁଡ଼ିକ ହେଲା ଆର୍ଏମ୍ଆରସି, ଏମ୍ସ ଏବଂ କଟକ ଏସ୍ସିବି ମେଡିକାଲ୍ କଲେଜ୍। ଏବେ ବ୍ରହ୍ମପୁର, ସମ୍ବଲପୁର ଓ କଳାହାଣ୍ଡିରେ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସରକାର ଚିନ୍ତା କରିଛନ୍ତି।