#OdishaFightsCorona: ୯ରୁ ମାସ୍କ ବାଧ୍ୟ; ରୁମାଲ୍, ଗାମୁଛା ଗୁଡ଼ାଇପାରିବେ ଜନସାଧାରଣ
ଭୁବନେଶ୍ଵର, (ଓଟି): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହିକ୍ରମରେ ଘରୁ ବାହାରକୁ ଆସୁଥିବା ଯେକୌଣସି ଲୋକ ପାଇଁ ମୁହଁ ଗୁଡ଼ାଇ ବାହାରିବା ବାଧ୍ୟ ହୋଇଛି। ଏଥିପାଇଁ ଡାକ୍ତରୀ ଦୋକାନରୁ ମାସ୍କ କିଣିବା ବାଧ୍ୟତାମୂଳକ ନୁହେଁ। ଦୁଇପରସ୍ତ ହୋଇଥିବା ଯେକୌଣସି କପଡ଼ାକୁ ମାସ୍କ ଭାବେ ବ୍ୟବହାର କରାଯାଇପାରିବ। ହେଲେ ତାହାକୁ ପ୍ରତି ୫ ଘଣ୍ଟାରେ ଭଲ କରି ସଫା କରି ଖରାରେ ଶୁଖାଇବା ଦରକାର। କୌଣସି ବ୍ୟକ୍ତି ଅନ୍ୟର ଗାମୁଛା ବା କପଡ଼ାକୁ ମାସ୍କ ଭାବେ ବ୍ୟବହାର କରିପାରିବେ ନାହିଁ।
ଯେଉଁମାନେ ଥରେ ବ୍ୟବହାର ଯୋଗ୍ୟ ମାସ୍କ ବ୍ୟବହାର କରୁଛନ୍ତି ସେମାନଙ୍କୁ ତାହାକୁ କେଉଁଠି ଓ କେମିତି ଫୋପଡ଼ାଯିବ ତାହା ନିଶ୍ଚିତ କରିବା ଦରକାର। ଏଣେ ତେଣେ ପକାଇଲେ ତାହା ନେଇ କାର୍ଯ୍ୟାନୁଷ୍ଠାନ ହେବ।
ମୁଖ୍ୟସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ୯ ତାରିଖ ଗୁରୁବାର ସକାଳ ୭ଟାରୁ ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ମ୍ୟୁନିସିପାଲିଟି ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାିଛି
ରୁମାଲକୁ ଦୁଇ ପରସ୍ତ କରି ବା ଗାମୁଛି, ଓଢ଼ଣୀକୁ ଦୁଇପରସ୍ତ କରି ତାହାକୁ ମୁହଁ ଆଗରେ ଢାଙ୍କିବା ଦରକାର ରହିଛି।
ଛିଙ୍କିବା ଏବଂ କାଶିବା ସମୟରେ ଡ୍ରପ୍ଲେଟ୍ ତଳେ ପଡ଼ିବା ପୂର୍ବରୁ କିଛି ସମ୍ର ବା୍ରୁ ମଣ୍ଡଳରେ ରହେ ଏବଂ ତାହା ସଂକ୍ରମଣର କାରଣ ହୋଇଥାଏ। ଯେହେତୁ ଅନେକ ଲକ୍ଷଣ ବିହୀନ ଲୋକ ବି ସଂକ୍ରମଣର ଶିକାର ହୋଇଥାଆନ୍ତି ଏଣୁ ଏହାକୁ ଦୂରେଇବା ତଥଶ କମ୍ୟୁନିଟି ସଂକ୍ରମଣକୁ ରୋକିବା ଲାଗି ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି।