#OdishaFightsCorona: ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା ଆବଦ୍ଧ ପ୍ରତିବନ୍ଧକ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ କପିଳପ୍ରସାଦ ସୁନ୍ଦରପଦା ଓ ଯଦୁପୁର ଏବଂ ବେଗୁନିଆ ଅଞ୍ଚଳରେ ଲାଗୁ ହୋଇଥିବା ସ୍ଵତନ୍ତ୍ର ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଏପ୍ରିଲ୍ ୫ ତାରିଖରେ ଏଠାରେ ଜଣେ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯିବା ପରେ ବିଏମ୍ସି ଏହି ଅଞ୍ଚଳକୁ ଅବରୁଦ୍ଧ ଅଞ୍ଚଳ ଭାବେ ଘୋଷଣା କରି ଏଠାରେ ସ୍ୟାନିଟାଇଜେସନ୍ ଏବଂ ଆବଶ୍ୟକ ଆକ୍ଟିଭ୍ ସର୍ଭିଲାନ୍ସ ଆରମ୍ଭ କରିଥିଲେ। ଏହା ସହ ଆହୁରି ୪ଟି ଅଞ୍ଚଳକୁ ସମ ଭାବେ ଅବରୁଦ୍ଧ ଅଞ୍ଚଳ ଘୋଷଣଶ କରାଯାଇଥିଲା। କିନ୍ତୁ ପ୍ରଥମ କରି ଏହି ଅଞ୍ଚଳକୁ ଅବରୁଦ୍ଧ ମୁକ୍ତ ଘୋଷଣଶ କରାଯାଇଛି ।ହେଲେ ଆସନ୍ତା ୭ ଦିନ ଭିତରେ ଏଠାରେ ଘରକୁ ଘର ବୁଲି ସର୍ବେକ୍ଷଣ ଜାରି ରହିବ। ଏବଂ ଯଦି କାହାର ଏଠାରେ ସଂକ୍ରମଣର ଆଶଙ୍କା ଥାଏ ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ଘୋଷଣା କରିଛନ୍ତି।
ଭୁବନେଶ୍ଵରରେ ୫ଟି ଅବରୁଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ପ୍ରଥମ ଅବରୁଦ୍ଧ ଅଞ୍ଚଳ ସୂର୍ଯ୍ୟ ନଗରରେ ପୂର୍ବଭଳି ଅବସ୍ଥା ଜାରି ରହିଛି। ଠିକ୍ ସେହିଭଳି ବମିଖାଲ, ଓ ସତ୍ୟ ନଗରରେ ମଧ୍ୟ ସେହିପରି ଅବସ୍ଥା ଜାରି ରହିଛି।
୪ ରାଉଣ୍ଡର ଘରକୁ ଘର ସର୍ବେକ୍ଷଣ ପରେ କୌଣସି ସନ୍ଦିଗ୍ଧଙ୍କ ଶରୀରରେ କରୋନା ଭୁତାଣୁ ଚିହ୍ନଟ କରାଯାଇ ନଥିଲା। ଏଣୁ ମ୍ୟୁନିସିପାଲିଟି ଦୁଇଟି ଜୋକଡ଼, କପିଳପ୍ରସାଦ ଏବଂ ଯଦୁପୁର ଓ ବେଗୁନିଆରୁ ସ୍ଵତନ୍ତ୍ର ସିଲ୍ ଆଦେଶ ପ୍ରତ୍ୟାହାର କରାଯାଇଥିବା ଶ୍ରୀ ଚୌଧରୀ କହିଛନ୍ତି।