#OdishaFightsCorona: ୪ଦିନ ପରେ ବି ଅବରୋଧ ଅଞ୍ଚଳରେ ପହଞ୍ଚି ପାରୁନି ଜରୁରୀ ସାମଗ୍ରୀ

ଭୁବନେଶ୍ଵର, (ଓଟି): ରାଜଧାନୀର କରୋନା ପ୍ରବଣ ଅଞ୍ଚଳରେ ସଂକ୍ରମଣକୁ ରୋକି ବଲାଗି ବିଏମ୍‌ସି ପକ୍ଷରୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଏହିକ୍ରମରେ ୪ଟି ଅବରୋଧ ଅଞ୍ଚଳ ଘୋଷଣା ହୋଇଛି। ସେଥିରେ ସୂର୍ଯ୍ୟନଗର, ବମିଖାଲ, ସତ୍ୟ ନଗର ଏବଂ କପିଳପ୍ରସାଦ  ଓ ବେଗୁନିଆ ଅଞ୍ଚଳ ରହିଛି। ଏହି ଅଞ୍ଚଳର ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇ ଦିଆଯିବ ବୋଲି ଆଶ୍ଵାସନା ଦିଆଯାଇଛି । ହେଲେ ଯଦୁପୁର-ବେଗୁନିଆ ଅଞ୍ଚଳରେ ତାହା ପହଞ୍ଚିପାରି ନାହିଁ ।ଏ ଭିତରେ ୫ ଦିନ ସମୟ ବିତିଥିଲେ ମଧ୍ୟ ପ୍ରଶାସନ କୌଣସି ସୁବିଧା ଉପଲବ୍ଧ କରି ନଥିବାର ଜନସାଧରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଏପରିକି ବିଏମ୍‌ସି ଓ ପୁଲିସ କମିଶନରଙ୍କ ଟ୍ବିଟର ହ୍ୟାଣ୍ଡଲରେ ଲୋକେ ଅଭିଯୋଗ କଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଆଯାଇ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

୫ ତାରିଖ ଦିନ କପିଳ ପ୍ରସାଦ ଅଞ୍ଚଳରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ଏହା ସହ ସମ୍ପର୍କ ରହିଛି ବୋଲି ଦର୍ଶାଇ ବିଏମ୍‌ସି ସମ୍ପୂଣ୍ଣ ଯଦୁପୁର-ବେଗୁନିଆକୁ ସିଲ୍‌ କରିଥିଲା। କିନ୍ତୁ ଅତ୍ୟାବଶ୍ୟକ ସେବା ଯେମିତି ମେଡିସିନ୍‌, ପନିପରିବା, ସଉଦାପତ୍ର ପହଞ୍ଚାଇବା ଲାଗି ବିଏମ୍‌ସି ସମସ୍ତ ବ୍ୟବସ୍ଥା କରିଛି ବୋଲି କହି ମଧ୍ୟ ତାହା କରାଯାଇ ନଥିବା ଅଭିଯୋଗ ହୋଇଛି।

ଶ୍ୟମସୁନ୍ଦର ପାଢ଼ୀ ନାମକ ଜଣେ ବେଗୁନିଆ ବାସିନ୍ଦା କହିଛନ୍ତି, ‘ଆମ ଅଞ୍ଚଳରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନାହିଁ। ହେଲେ ଆମକୁ ଏଠାରେ କଷ୍ଟ ଗୋଗିବାକୁ ପଡ଼ୁଛି। ବାରମ୍ବାର ବିଏମ୍‌ସି ଓ ପୁଲିସ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁବିଧା ମିଳି ନାହିଁ। ଏ ଅଞ୍ଚଳରେ ଦୋକାନ ବା ମେଡିସିନ୍‌ ଷ୍ଟୋରଟିଏ ନାହିଁ। ଏଣୁ ବିଏମ୍‌ସିକୁ ଅନୁରୋଧ କରୁଛୁ ଆମ ପ୍ରତି ଦୃଷ୍ଟି ଦିଅନ୍ତୁ। ବିଲମ୍‌ସି ଟେଲିଫୋନ୍‌ ଉଠାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

 

Leave a Reply

Your email address will not be published. Required fields are marked *