#OdishaFightsCorona: ୧୭ ଯାଏଁ ଭୁବନେଶ୍ଵରର ୫ ସ୍କୁଲରେ ହେବ କରୋନା ସାମ୍ପଲ୍ ସଂଗ୍ରହ
ଭୁବନେଶ୍ଵର, (ଓଟଇ): ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବା ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳ ଭିତ୍ତିରେ ନମୁନା ସଂଗ୍ରହ କରାଯିବ। ଏଥିଲାଗି ଭୁବନେଶ୍ଵରର ୫ ଦିଗରେ ୫ଟି ସ୍କୁଲ୍କୁ ଚିହ୍ନଟ କରାଯାଇଛି। ଏହି ସ୍କୁଲ୍ଗୁଡ଼ିକ ହେଲା ଝାରପଡ଼ାର ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁରର ସରକାରୀ ଉଚ୍ଚ ବିଦ୍ୟଳଳୟ, ସହୀଦ ନଗରର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ୍, ନୟାପଲ୍ଲୀର ମମ୍ତାଜ୍ ଅଲ୍ଲୀ ହାଇସ୍କୁଲ୍।
ଏହି ସ୍କୁଲ୍ଗୁଡ଼ିକ ସକାଳ ୯ଟାରୁ ଖୋଲିବ ଏବଂ ସନ୍ଧ୍ୟା ୫ଟା ଯାଏ ଏଠାରେ ସାମ୍ପଲ୍ ସଂଗ୍ରହ କରାଯିବ। ଏଥିଲାଗି ଆବଶ୍ୟକ ମେଡିକାଲ୍ ଟିମ୍କୁ ମୁତ୍ତୟନ କରାଯାଇଛି।
କୌଣସି ବ୍ୟକ୍ତି ମନକୁ ମନ ସାମ୍ପଲ୍ ପରୀକ୍ଷା ପାଇଁ ଦେଇପାରିବ ନାହିଁ। ଯେଉଁ ବ୍ୟକ୍ତିଙ୍କୁ ପରୀକ୍ଷା ପାଇଁ ସାମ୍ପଲ୍ ଦେବାକୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ କକ୍ଷ ଆଦେଶ ଦେବ ସେମାନେ ହିଁ ଏଠାରେ ନବୁନା ଦେଇପାରିବେ। ଏହି ନମୁନାକୁ ଲାବୋରେଟୋରୀ ନିଆଯାଇ ପରୀକ୍ଷା କରାଯିବ। ଏବେ ଭୁବନେଶ୍ଵରରେ କୋଭିଡ୍ ୧୯ ପରୀକ୍ଷା ଲାବୋରେଟୋରୀ ସଂଖ୍ୟା ୨ଟି ରହିଛି। ଏଠାରେ ପ୍ରାୟ ଏକ ହଜାର ପରୀକ୍ଷା କରାଯାଇପାରିବ।
କେଉଁ ବ୍ୟକ୍ତି କରୋନା ଶିକାର ହୋଇଛନ୍ତି ତାହା ସ୍ପଷ୍ଟ କରିବା ପାଇଁ ପରୀକ୍ଷା ଜରୁରୀ ହୋଇଥିବା ହେତୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଏବେ ୨ ଲକ୍ଷ ଦ୍ରୁତ ପରୀକ୍ଷା କରିବାକୁ ସ୍ଥିର କରିଛନ୍ତି। ଏଥିଲାଗି ଆବଶ୍ୟକ ମାଇ ଲ୍ୟାବଥ କିଟ୍ ସରକାରଙ୍କ ପାଖରେ ପହଞ୍ଚିଥିବା ରାଜ୍ୟ ସରକାର କହିଛନ୍ତି।
ସ୍କୁଲ୍ ଗୁଡ଼ିକୁ ନମୁନା ସଂଗ୍ରହ ସ୍ଥଳ ଭାବେ ଘୋଷଣା କରାଯାଇଥିବାରୁ ଏହି ସ୍କୁଲ୍ଗୁଡ଼ିକୁ ଖୋଲିବା ଏବଂ ସେଠାରେ ଦୁଇଜଣ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ଚାମରୀଙ୍କୁ ଉପସ୍ଥିତ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି।