#OdishaFightsCorona: ଭୁବନେଶ୍ଵରରେ ଆପୋଲୋକୁ କୋଭିଡ୍-୧୯ ପରୀକ୍ଷା ଅନୁମୋଦନ
ଭୁବନେଶ୍ଵର, (ଓଟି): ରାଜ୍ୟରେ ଘଷରାଇ ସ୍ତରରେ କୋଭିଡ୍୧୯ ପରୀକ୍ଷା ପାଇଁ ପ୍ରଥମ ଅନୁମୋଦନ ଆପୋଲୋ ହସ୍ପିଟାଲ୍କୁ ମିଳିଛି। ଏନେଇ ଆଇସିଏମ୍ଆର୍ ସ୍ପଷ୍ଟ କରିଛନ୍ତି। ହସ୍ପିଟାଲ୍ର ଲ୍ୟାବ୍ ସର୍ଭିସେସ୍ ଡିପାର୍ଟମେଣ୍ଟରେ ଏହି ପରୀକ୍ଷଣ ହୋିପାରିବ ବୋଲି ଆଇସିଏମ୍ଆର୍ ତାଙ୍କ ଓ୍ବେବ୍ସାଇଟ୍ରେ ଦର୍ଶାଇଛନ୍ତି।
ରବିବାର ଅପରାହ୍ଣ ସୁଦ୍ଧା ଦେଶର ୬୯ ଘରୋଇ ହସ୍ପିଟାଲ୍ ଓ ଲ୍ୟାବୋରେଟୋରୀକୁ କୋଭିଡ୍ ୧୯ ପରୀକ୍ଷଣ ସୁବିଧା ଅନୁମୋଦନ କରାଯାଇଛି। ଏଥିରେ ଓଡ଼ିଶାରୁ ମାତ୍ର ଗୋଟିଏ ଘରୋଇ ହସ୍ପିଟାଲ୍ ଭାବେ ଆପୋଲୋ ହସ୍ପିଟାଲ୍ରେ ଏହି ସୁବିଧା ଉପଲବ୍ଧ ହେବ।
ଏବେ ରାଜ୍ୟରେ ଆଇସିଏମ୍ଆରଙ୍କ ଆରଏମ୍ଆର୍ସି, ଏମ୍ସ ଏବଂ ଏସ୍ସିବିରେ ନୁମା ପରୀକ୍ଷଣ କରାଯାଉଛି। ଏଥିରେ ଦିନକୁ ୩୦୦ରୁ ୪୦୦ ନମୁନ ପରୀକ୍ଷଣ ହେଉଛି। ଶନିବାର ଆର୍ଏମ୍ଆର୍ସି ଲ୍ୟାବ୍ରେ ଦେଶର ଦ୍ଵିତୀୟ କୋବାସ୍ ପରୀକ୍ଷଣ ଯନ୍ତ୍ର ଲଗାଯିବା ଦ୍ଵାରା ପରୀକ୍ଷଣ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।
ଦେଶରେ କରୋନା ସହ ଲଢ଼ିବା ପାଇଁ ପରୀକ୍ଷାକୁ ଏକ ଗୁରୁତ୍ଵପୂଣ୍ଣ ଅସ୍ତ୍ର ଭାବେ ଗ୍ରହଣ କରାଯାଉଥିବାରୁ ଭାରତ ସରକାର ପରୀକ୍ଷାଗାର ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି। ଏବେ ରାଜ୍ୟରେ ବ୍ରହ୍ମପୁର, ବୁର୍ଲା ମେଡିକାଲ୍ କଲେଜରେ ଏହି ସୁବିଧା ହେବାକୁ ଯାଉଛି। ଏହ ସହ ଭୁବନେଶ୍ଵରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇାନ୍ସେସ୍ରେ ମଧ୍ୟ ଏହୀି ସୁବିଧା ଉପଲବ୍ଧ ହେବ।