#OdishaFightsCorona: କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା ଘର ଘର ବୁଲି ତଥ୍ୟ ସଂଗ୍ରହ
କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍):କେନ୍ଦ୍ରାପଡ଼ା ଜିଲ୍ଲାରେ ଶୁକ୍ରବାର ଠାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସହାୟିକା ଓ ଆଶା କର୍ମୀମାନେ ଘର ଘର ବୁଲି ଶ୍ୱାସ, ଅଜମା, ଥଣ୍ଡା, ଜ୍ୱର ଆଦି ରୋଗରେ ପିଡ଼ିତ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି ।
ଜିଲ୍ଲାର ୯ଟି ବ୍ଲକର ୨୪୯ଟି ଗ୍ରାମ ପଂଚାୟତ ଓ ଦୁଇଟି ସହରାଂଚଳରେ ସ୍ୱାସ୍ଥ୍ୟକକର୍ମୀମାନେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସମ୍ପର୍କୀତ ତଥ୍ର ସଂଗ୍ରହ କରିବା ସହିତ ତାଲିକା ପ୍ରସ୍ତୁତ କରିବେ । ଏଥିସହିତ ବିଦେଶରୁ ଓ ଅନ୍ୟ ରାଜ୍ୟରୁ ଜିଲ୍ଲାକୁ ଫେରିଥିବା ଲୋକଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ତଥ୍ୟ ସଂଗ୍ରହ କରୁଥିବା ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀଙ୍କୁ ଏଏନଏମ ଓ ପୁରୁଷ ସ୍ୱସ୍ଥ୍ୟକକର୍ମୀମାତେନ ତଦାରଖ କରିବେ ।
ଏହି ତଥ୍ୟ ସଂଗ୍ରହ ଫଳରେ ଜିଲ୍ଲାରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନ ଜାଣିପାରିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।