#OdishaFightsCorona: ପ୍ରକାଶ ପାଇଲା ୪ କରୋନା ରୋଗୀଙ୍କ ବିବରଣୀ
ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଗୁରୁବାର ଚିହ୍ନଟ ହୋଇଥିବା ୪ କରୋନା ରୋଗୀଙ୍କ ଗସ୍ତ ବିବରଣୀ ପ୍ରଦାନ କରିଛନ୍ତି। ଏହି ୪ ଜଣଙ୍କ ଭିତରୁ ତିନିଜଣ ଗୋଟିଏ ପରିବାରର ସଦସ୍ୟ। ପୁଣି ଏହି ତିନିଜଣଯାକ ମହିଳା। ସେଥିରୁ ଜଣେ ୫ ବର୍ଷର ଝିଅ ଓ ଅନ୍ୟଜଣେ ୯ ବର୍ଷର ଝିଅ। ଅନ୍ୟ ମହିଳାଙ୍କ ବୟସ ୩୨ ବର୍ଷ। ଏସମସ୍ତେ ପୂର୍ବରୁ ଚିହ୍ନିତ ତଥା ମୃତ କରୋନା ପଜିଟିଭ୍ଙ୍କ ନିକଟ ସମ୍ପର୍କୀୟ। ଏସମସ୍ତଙ୍କ ଘର ଝାରପଡ଼ାରେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଏସମସ୍ତଙ୍କୁ ୬ ତାରିଖରୁ ଗୃହ ଆବଦ୍ଧ କରି ରଖାଯାଇଥିଲା। ୮ ତାରିଖରେ ତାଙ୍କ ସାମ୍ପଲ୍ ପରୀକ୍ଷା ପାଇଁ ନିଆଯାଇଥିଲା। ୯ ତାରିଖରେ ତାହା ପଜିଟିଭ୍ ଜଣାପଡ଼ିଲା ପରେ ସମସ୍ତଙ୍କୁ କିମ୍ସ୍ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଛି।
ସେହିପରି ଅନ୍ୟଜଣେ କରୋନା ରୋଗୀଙ୍କ ଘର ହେଉଛି କଳାହାଣ୍ଡିର ଗୋଲମୁଣ୍ଡା। ସେ ୪ ତାରିଖ ଦିନ ବାହାରିନ୍ରୁ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବରୁ ସେ କୋଭିଡ୍ ୧୯ ଚିହ୍ନଟ ହୋଇଛନ୍ତି। ସେହିଦିନଠାରୁ ସେ ହୋମ୍ କ୍ଵାରେଣ୍ଟାଇନ୍ରେ ଥିଲେ ବୋଲି ସରକାରୀ ସୂତ୍ର ଜଣାଇଛି। ତାଙ୍କ ବୟସ ୨୦ ବର୍ଷ ବୋଲି କୁହାଯାଇଛି।
ଏହି ଘଟାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାୁଛି ଯେ, କରୋନା ବୟସ ମାନୁ ନାହିଁ। ୫ ବର୍ଷ ହେଉ ବା ୨୦ ବର୍ଷ ସମସ୍ତଙ୍କୁ ଏହି ରୋଗ ଆକ୍ରମଣ କରିପାରେ।