#OdishaFightsCorona: ଭୁବନେଶ୍ଵରରେ ଆଉଜଣେ କରୋନା ରୋଗୀ, ଏଥର ମଧୁସୂଦନ ନଗର

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ଆଜି ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୭୨ ବର୍ଷ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି।  ଝାରପଡ଼ାର ଏହି ମୃତକ ଉଚ୍ଚ ରକ୍ତଚାପରେ ପୂର୍ବରୁ ଆକ୍ରାନ୍ତ ଥିଲେ।

ଦ୍ଵିତୀୟ ଚିହ୍ନିତ ରୋଗୀଙ୍କ ବୟସ 45 ବର୍ଷ। ତାଙ୍କ ଘର ଭୁବନେଶ୍ଵର ୟୁନିଟ୍‌୪ ଅଞ୍ଚଳରେ। ମଧୁସୂଚନ ନଗରରେ ତାଙ୍କ ଘର ବୋଲି ପ୍ରଶାସନ କହିଛି। ତେବେ ଅଧିକ ସୂଚନା ମିଳି ନାହିଁ। ଏହାଦ୍ଵାରା ସଳର୍ଯ୍ୟନଗର, ବମିଖାଲ ପରେ ଏବେ ଝାରପଡ଼ା ଓ ମଧୁସୂଦନ ନଗର ଦୁଇଟି ଅନ୍ୟ କରୋନା ଚିହ୍ନିତ ଅଞ୍ଚଳ ହୋଇଛି। ଏହି ଅଞ୍ଚଳରେ କୋଭିଡ୍‌୧୯ ନିୟମାବଳୀ ଅନୁସାରେ ବିଏମ୍‌ସି ପକ୍ଷରୁ ବିଶୋଧନ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଏନେଇ କୌଣସି ସୂଚନା ଏଯାଏ ବିଏମ୍‌ସି ପକ୍ଷରୁ ଦିଆଯାଇ ନାହିଁ।

ଏବେ ଭୁବନେଶ୍ଵରରେ ୩୪ଜଣ କରୋନା ରୋଗୀ ଚହ୍ନଟ କରାଯାଇଛି।

 

Leave a Reply

Your email address will not be published. Required fields are marked *