#OdishaFightsCorona: ୨୪ ଘଣ୍ଟାରେ ୪୨୭ ଗିରଫ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଓ ପୁଲିସ ବାହିନୀର ବାରମ୍ବାର ଅନୁରୋଧ ସତ୍ବେ ଲୋକେ କୋଭିଡ୍‌୧୯ ନିୟମାବଳୀ ଉଲ୍ଲଙ୍ଘନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଗିରଫ କରିବାକୁ ପୁଲିସ ବାଧ୍ୟ ହେଉଛି। ସରକାରଙ୍କ ସୂଚନା ଅନୁସାରେ ଗି ୨୪ ଘଣ୍ଟା ମଧ୍ୟରେ ସୋମବାର ସକାଳ ସୁଦ୍ଧା ରାଜ୍ୟରେ ସମୁଦାୟ ଗିରଫ ସଂଖ୍ୟା ରହିଛି ୪୨୭। ଏହା ସହ ୨୪୯ଟି ମାମାଲା ରୁଜ୍ଜୁ କରାଯାଇଛି। ବିଭିନ୍ନ ଥାନାରେ ରୁଜୁ କରାଯାଇଥିବା ଏହି ମାମଲା ମଧ୍‌ୟରୁ ୨୩୩ଟି ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ ହୋିଥିବାବେଳେ ୫ଟି ଗୁଜବ ସୃଷ୍ଟିକାରୀ ମାମଲା ଏବଂ ୧୧ଟି କୋଭିଡ୍‌୧୯ ନିୟମ ଉଲ୍ଲଙ୍ଘନ ମାମଲା ବୋଲି କୋଭିଡ୍‌୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ କହିଛନ୍ତି।

ସୋଶାଲ୍‌ ଡିଷ୍ଟାନ୍‌ସିଂକୁ ବାରମ୍ବାର ଗୁରୁତ୍ଵ ଦିଆଯାଉଥିଲେ ମଧ୍ୟ ଲୋକେ ତାହାକୁ ଉଲ୍ଲଙ୍ଘନ କରିଛନ୍ତି। ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଭଦ୍ରକରେ ଏପରି ସାମାଜିକ ଦୂରତା ରକ୍ଷା ନୀତି ଉଲ୍ଲଂଘନ ଅଭିଯୋଗରେ ୧୯ ଜଣଙ୍କୁ ଗିରଫ କରାଯାଇଛି ।

ଶ୍ରୀ ବାଗ୍‌ଚୀ କହିଛନ୍ତି, ରାଜ୍ୟର ଜନସାଧାରଣଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶା ଏକ ଶାନ୍ତିପୂଣ୍ଣ ରାଜ୍ୟ ଏବଂ ଏହି ବିପତ୍ତି ସମୟରେ ସମସ୍ତେ ଶାନ୍ତିପୂଣ୍ଣ ଭାବେ ଘରେ ରହିଲେ ହିଁ ଆମେ ଏହାର ମୁକାବିଲା କରିପାରିବା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *