#OdishaCoronaUpdates: ୧୧୯୭ ପରୀକ୍ଷା, ଜଣେ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦିନକୁ ୨୦୦ରୁ ୨୫୦ ନମୁନା ପରୀକ୍ଷଣ କରୁଥିବା ଓଡ଼ିଶା ଏବେ ଗୋଟିଏ ଦିନରେ ୧୧୯୭ କରୋନା ନମୁନା ପରୀକ୍ଷଣ କରିଛି। ଆର୍‌ଏମ୍‌ଆର୍‌ସିରେ ସ୍ଥାପନ ହୋଇଥିବା ନୂଆ କୋବାସ୍‌ ମସିନ୍‌ ଦ୍ଵାରା ଏହି ସଫଳତା ମିଳିପାରିଛି। ଆଗାମୀ ଦିନରେ ପ୍ରସ୍ତାବିତ ନୂଆ ପରୀକ୍ଷାଗାରସବୁ ଖୋଲିବା ପରେ ରାଜ୍ୟରେ ନମୁନା ପରୀକ୍ଷଣ ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି।

ସ୍ଵାସ୍ଥା ବିଭାଗ ପକ୍ଷରୁ କୁହାଯାଇଛଇ ଯେ, ବୁଧବାରଦିନ ସମୁଦାୟ ୧୧୯୭ ପରୀକ୍ଷା କରାଯାଇଛି । ଗୋଟିଏ ଦିନରେ ହେଉଥିବା ପରୀକ୍ଷଣରେ ଏହା ଏକ ରେକର୍ଡ଼। ହେଲେ ଏହି ପରୀକ୍ଷଣରେ କୌଣସି ସାମ୍ପଲରେ କରୋନା ଭୁତାଣୁ ଠାବ କରାଯାଇ ନାହିଁ। ଅପରପକ୍ଷେ ଜଣେ ସୁନ୍ଦରଗଡ଼ର ଚିକିତ୍ସିତ କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ତାଙ୍କୁ ନିୟମ ଅନୁସାରେ ଘରେ ୧୪ ଦିନ ଏକାନ୍ତବାସ କରିବାକୁ କୁହାଯାଇଛି।

ମଙ୍ଗଳବାର ସକାଳ ସୁଦ୍ଧା ରୋଗୀଙ୍କ ସଂଖ୍ରା ୪୧ ଥିଲା ଏବଂ ୧୧୩ ସନ୍ଦିଗ୍ଧ ଥିଲେ। ୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ମଧ୍ୟ ସମୁଦାୟ ପଜିଟିଭ୍‌ଙ୍କ  ସଂଖ୍ୟା ୬୦ ରହିଛି। ତାଙ୍କ ଭିତରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ଵରରେ ଦିନକୁ ଦିନ କରୋନା ରୋଗୀ ବଢ଼ୁଥିବାରୁ ଏହି ହଟ୍‌ସ୍ପଟ୍‌କୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ଵତନ୍ତ୍ର ଅଫିସର ଟିଭ୍‌ ଗଠନ କରାଯାଇଛି। ସଂକ୍ରମଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବ ସ୍ତରର ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସହରର ୩ଟି ଜୋନର ତଦାରଖ ପାଇଁ ଦାୟିତ୍ଵ ଦିଆଯାଇଛି।

Leave a Reply

Your email address will not be published.