#OdishaCoronaUpdate: ୨୪ ଘଣ୍ଟାରେ ୨୮ କରୋନା ପଜିଟିଭ୍‌, ମୟୁରଭଞ୍ଜ ଓ ଜଗତସିଂହପୁରକୁ ବଢ଼ିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଭୁତାଣୁ ତା’ର କାୟା ବଢ଼ାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୨୮ଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ୨୮ ଜଣଙ୍କ ଭିତରୁ ଗଞ୍ଜାମରେ ୧୭ଜଣ ନୂଆ ଜିହ୍ନିତ ରୋଗୀ ଥିବା ବେଳେ ଜଗତସିଂହପୁରରେ ୪, ଯାଜପୁରରେ ୨, କେନ୍ଦ୍ରାପଡ଼ାରେ୧, ଏବଂ ବାଲେଶ୍ଵରରେ ଜଣେ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ତଥ୍ୟରୁ ସ୍ପଷ୍ଟ ଯେ, ମୟୁରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଏବେ କରୋନା ସଂକ୍ରମଣ କରିଛି। ଅର୍ଥାତ୍‌ ରାଜ୍ୟର ୧୮ ଜିଲ୍ଲାରେ କରୋନା ସଂକ୍ରମିତ ହୋଇଛି।

ଏହି ୨୮ଜଣଙ୍କ ସହ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। ସମୁଦାୟ ସଂଖ୍ୟର ୨୦୫ ହୋଇଛି। ସେମାନଙ୍କ ଭିତରୁ ଗତକାଲି ଜଣେ ବାଲେଶ୍ଵରରୁ ସୁସ୍ଥ ହୋଇଛନ୍ତି। ଆଉ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି।

ସୁରାଟ ଫେରନ୍ତା: 

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ କୁହାଯାଇଛି ଯେ, ଏହି ଚିହ୍ନିତ ସମସ୍ତ ନୂଆ କରୋନା ପଜିଟିଭ୍‌ ହେଉଛନ୍ତି ସୁରାଟ୍‌  ଫେରନ୍ତା। ମୟୁରଭଞ୍ଜର ତିନିଜଣ ରୋଗୀ ଙ୍କ ଭିତରୁ ସମସ୍ତେ ପୁରୁଷ। ଏବଂ ସେମାନଙ୍କ ବୟସ ୨୧,୩୬ ଓ ୪୪ ବୋଲି ଜଣାପଡ଼ିଛି । ଏ ସମସ୍ତେ କ୍ଵାରେଣ୍ଟୀନ ହୋମ୍‌ରେ ଥିଲେ।

ସେହିପରି ଜଗତସିଂହପୁରର ନବ ଚିହ୍ନିତ ୪ଜଣ ବି ସୁରାଟ୍‌ ଫେରନ୍ତା। ସମସ୍ତେ ପୁରୁଷ ଏବଂ ବୟସ ୨୬ରୁ ୩୨ ବର୍ଷ ଭିତରେ। ଏ ସମସ୍ତେ ସୁରାଟ୍‌ରୁ ଫେରିବା ପରେ କ୍ଵାରେଣ୍ଟୀନ୍‌ ହୋମ୍‌ରେ ଥିଲେ।

ଗଞ୍ଜାମର ସମସ୍ତ ୧୭ ନବ ଚିହ୍ନିତ କରୋନା ପଜିଟିଭ୍‌ ବି ସୁରାଟ୍‌ ଫେରନ୍ତା। ଏମା ନଙ୍କ ଭିତରେ ୧୬ଜଣ ପୁରୁଷ ଓ ଜଣେ ୨୦ ବର୍ଷର ମହିଳା ରହିଛନ୍ତି। ପୁରୁଷଙ୍କ ବୟସ ୧୮ରୁ ୫୦ ବର୍ଷ ବୟସ ଭିତରେ। ଏ ସମାସ୍ତ କ୍ଵାରେଣ୍ଟୀନ ହୋମ୍‌ରେ ଥିଲେ।

କୋଲକାତା ଫେରନ୍ତା

 କେନ୍ଦ୍ରାପଡ଼ାରେ ଯେଉଁ ନବ ଚିହ୍ନିତ ରହିଛନ୍ତି ତାଙ୍କ ବୟସ ହେଉଛି ୬୦ ବର୍ଷ। ସେ ଜଣେ ପୁରୁଷ। ନିକଟରେ କୋଲକତାରୁ ଫେରିଥିଲେ   ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ବାବଦରେ ଅଧିକ ସୂଚନା ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବାବଦରେ ସୂଚନା ସଂଗ୍ରହ ଚାଲିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଏବେ ନଜର ପକାନ୍ତୁ  ରାଜ୍ୟରେ କରୋନା ସ୍ଥିତି  ଉପରେ।  ସ୍ଵାସ୍ଥ୍ୟ ବିଭାଗଦ୍ଵାରା  ସକାଳ 7 ଟା୦୬ମେ’ ୨୦୨୦ ସୁଦ୍ଧା ଜାରି ସୂଚନା ଆଧାରରେ ଏହି ସାରଣୀ ପ୍ରସ୍ତୁତ। 

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୬ ମେ’ ୭ ମେ’ ୬ ମେ’ ୭ ମେ’ ୬ ମେ’ ୭ ମେ’
ଖୋର୍ଦ୍ଧା ୪୭ ୪୭ ୩୧ ୩୧ ୧୪ ୧୪
ଯାଜପୁର ୫୩ ୫୫ ୦୧ ୦୧ ୫୨ ୫୩
ବାଲେଶ୍ଵର ୨୪ ୨୫ ୦୪ ୦୫ ୨୦ ୨୦
ଭଦ୍ରକ ୨୧ ୨୧ ୦୯ ୧୨ ୦୯ ୦୯
ସୁନ୍ଦରଗଡ଼ ୧୨ ୧୨ ୦୫ ୦୫ ୦୭ ୦୭
କେନ୍ଦ୍ରାପଡ଼ା ୦୨ ୦୩ ୦୨ ୦୨ ୦୦ ୦୧
କଳାହାଣ୍ଡି ୦୨ ୦୨ ୦୨ ୦୨ ୦୦ ୦୦
ପୁରୀ ୦୧ ୦୧ ୦୧ ୦୧ ୦୦ ୦୦
କଟକ ୦୨ ୦୨ ୦୧ ୦୧ ୦୧ ୦୧
ଢେଙ୍କାନାଳ ୦୧ ୦୧ ୦୧ ୦୧ ୦୦ ୦୦
କୋରାପୁଟ ୦୧ ୦୧ ୦୦ ୦୦ ୦୧ ୦୧
ଝାରସୁଗୁଡ଼ା ୦୨ ୦୨ ୦୦ ୦୦ ୦୨ ୦୨
ଦେବଗଡ଼ ୦୧ ୦୧ ୦୦ ୦୦ ୦୧ ୦୧
କେନ୍ଦୁଝର ୦୨ ୦୨ ୦୦ ୦୦ ୦୨ ୦୨
ବଲାଙ୍ଗୀର ୦୨ ୦୨ ୦୦ ୦୦ ୦୨ ୦୨
ଗଞ୍ଜାମ ୦୪ ୨୧ ୦୦ ୦୦ ୦୪ ୨୧
ଜଗତସିଂହପୁର ୦୦ ୦୪ ୦୦ ୦୦ ୦୦ ୦୪
ମୟୁରଭଞ୍ଜ ୦୦ ୦୩ ୦୦ ୦୦ ୦୦ ୦୩
ସମୁଦାୟ ୧୭୭ ୨୦୫ ୬୦ ୬୧ ୧୧୫ ୧୪୨

 

 

Leave a Reply

Your email address will not be published. Required fields are marked *