ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଚେନ୍ନାଇ ଉପକୂଳରୁ ଡଙ୍ଗାରେ ଶ୍ରମିକମାନେ ଗଞ୍ଜାମ ଫେରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେହିପରି ତଟବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଭାବେ ଡଙ୍ଗାରେ ଫେରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ ସମୁଦ୍ରପଥରେ ୩୮ ଜଣ ଶ୍ରମିକ ଡଙ୍ଗାରେ ଓଡ଼ିଶାକୁ ଫେରିଛନ୍ତି। ଡଙ୍ଗାଟି ଆନ୍ଧ୍ରପଦେଶର ଶ୍ରୀକାକୁଳମ ଉପକୂଳ ଦେଇ ସନ୍ଧ୍ୟାରେ ଗଞ୍ଜାମର ପାତିସୁନାପୁରରେ ପହଞ୍ଚିଥିଲା। ଗତ ୨୦ରେ ଚେନ୍ନାଇ ଉପକୂଳରୁ ଶ୍ରମିକମାନେ ଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ଡଙ୍ଗାରେ ପାତିସୁନାପୁର ଗାଁର ୨୮ ଜଣ, ରାମେୟା ପାଟଣାର ୪ ଜଣ ଓ ଆନ୍ଧ୍ରପ୍ରଦେଶର ୬ ଜଣ ଲୋକ ରହିଥିବା ସୂଚନା ମିଳିଛି। ସମସ୍ତ ଶ୍ରମିକଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏନେଇ ଟୁଇଟ୍‌ ଜରିଆରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଏହାପରେ ଉପକୂଳ ଅଞ୍ଚଳର ସମସ୍ତ ନୌକାଚାଳକଙ୍କୁ କଡ଼ା ଚେତାବନୀ ଦିଆଯାଇଛି ଏବଂ ଶ୍ରମିକମାନେ ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

Leave a Reply

Your email address will not be published.