#lockdown: ସୁଧୁରୁନାହାନ୍ତି ଓଡ଼ିଶାବାସୀ
ଭୁବନେଶ୍ଵର, (ଓଟି): ରାଜ୍ର ସରକାରଙ୍କ କୋଭିଡ୍୧୯ ହେଲ୍ପଲାଇନ୍ ନମ୍ବର ୧୦୪ କିଛି ସମୟ ପାଇଁ ବନ୍ଦ ରହିବ। ଏହି ସମୟରେ କୌଣସି ପ୍ୟ୍ଜିକରଣ ବା ସହାୟତା ଏହି କଲ୍ ସେଣ୍ଟରରୁ ମିଳିବ ନାହିଁ। ଯାନ୍ତ୍ରିକ ଅପ୍ଗ୍ରେଡେସନ୍ ଲକ୍ଷ୍ୟରେ ସରକାର ଏହି ଲାଇନ୍କୁ ରବିବାର ସମାଳ ୬ଟାରୁ ୭ଟା ଯାଏ ଅଚଳ ରଖିବେ ବୋଲି କହିଛନ୍ତି। ଏନେଇ କୋଭିଡ୍ ୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ଲକ୍ଡାଉନ୍ ସମୟରେ ହୋମ୍ କ୍ଵାରେଣ୍ଟାଇନ୍କୁ ଅମାନ୍ୟ ସହ ଆଦେଶ ଅମାନ୍ୟ ଅଭିଯୋଗରେ ସରକାରଙ୍କ ପକ୍ଷରୁ ୩୦୦ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ଗୋଟିଏ ଦିନରେ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି।
କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବାବଦରେ ସୂଚନା ଦେବା ସମୟରେ ଶ୍ରୀ ବାଗ୍ଚୀ ଏହି ସୂଚନା ରଖିଛନ୍ତ।ି ସେ କହିଛନ୍ତି ମାତ୍ର ଏକ ଘଣ୍ଟ ପାଇଁ ଏହି ଲାଇନ୍ ବନ୍ଦ ରହିବ। ଏହାପରେ ପୂର୍ବପରି ତାହା ପୁଣି କାର୍ଯ୍ୟକ୍ଷମ ହେବ।
ପ୍ରାଣୀ ଖାଦ୍ୟ ବିକ୍ରି କରୁଥିବା ଦୋକାନସବୁ ପ୍ରାୟ ବନ୍ଦ ରହିଥିବାରୁୁ ଏଣିକି ଘର ପାଖଷର ଥିବା ତେଜରାତି ଦୋକାନରେ ପ୍ରାଣୀମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଉପଲବ୍ଧ କରିବା ତଥା ବିକ୍ରି କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି।
ଏ ଭିତରେ ଓଡ଼ିଶାରେ ଲକ୍ଡାଉନ୍ ୭ ଦିନ ପୂରିବାକୁ ଯାଉଛି। କିନ୍ତୁ ଲୋକେ ଆଇନକୁ ଭଲ ଭାବେ ବୁଝିବାରେ ସକ୍ଷମ ହୋଇପାରୁ ନାହାନ୍ତି। ମାର୍ଚ୨୭ ତାରିଖଷର ୩୨୪ଟି ମାମାଲା ରୁଜୁ କରାଯାଇଛି। ସେଥିରୁ ୩୦୮ ମାମାଲା ଲକ୍ଡାଉନ୍ ସମ୍ବନ୍ଧୀୟ ହୋଇଥିବା ବେଳେ ୧୫ଜଣ ହୋମ୍ କ୍ଵାରେଣ୍ଟାଇନ୍ ବିଧିକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।