ତଥାପି ସମ୍ବେଦନଶୀଳ ପ୍ରସବକାଳୀନ ମା’ ଓ ନବଜାତ ଶିଶୁଙ୍କ ଜୀବନ

ଭୁବନେଶ୍ୱର, (ଓଟି): ଓଡ଼଼ିଶାରେ ପ୍ରସବକାଳୀନ ମା’ ଓ ଶିଶୁ ଆଜି ବି ନିରାପଦ ନୁହନ୍ତି । ଏବେ ବି ଏ ପ୍ରସବ ସମୟରେ ଏକ ଲକ୍ଷ ମା’ଙ୍କ ଭିତରୁ ୧୮୦ ଜଚ୍ଚଙ୍କ ମୃତ୍ୟୁ ଘଙ୍କୁଛି । ସେହିପରି ପ୍ରତି ଏକ ହଜାର ଶୁଶୁଙ୍କ ଭିତରୁ ୪୧ଜଣଙ୍କ ମୃତ୍ୟୁ ଘଟୁଛି । ସରକାର “ସମ୍ପୂର୍ଣ୍ଣା” ଯୋଜନା ଲାଗୁ କରିବା ପରେ ଯଦିଓ ଅବସ୍ଥାରେ ସୁଧାର ଆସିଛି କିନ୍ତୁ ଏହା ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । ୨୦୧୭ ମସିହାରେ ଭାରତରେ ପ୍ରତି ୧୦୦୦ ନବଜାତଙ୍କ ଭିତରେ ହାରାହାରି ମୃତ୍ୟୁ ହାର ୩୩ ରହିଥିଲା । ରାଜ୍ୟ ସରକାର ୨୦୨୦ ସୁଦ୍ଧା ଶିଶୁ ମୃତ୍ୟୁହାରକୁ ୩୦କୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିଲାଗି ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଏକ କମିଟି ଗଠନ ସହିତ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକରୀଙ୍କୁ ନିର୍ଦେଶ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ସୂଚନା ଅନୁଯାୟୀ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ସମୟରେ ଏହି ମୃତ୍ୟୁହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଥିଲା ତାହା ହାସଲ ହୋଇଥିଲେ ମଧ୍ୟ ଯୋଜନାକୁ ଅଧିକ କ୍ରିୟାଶୀଳ କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପହଞ୍ଚାଇବାପାଇଁ ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ୨୦୧୧-୧୩ ବର୍ଷରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୨୨୨ ଜଣ ମୃତ୍ୟୁବରଣ କରୁଥିବାବେଳେ ୨୦୧୪-୧୬ ସୁଦ୍ଧା ତାହା ୧୮୦କୁ ହ୍ରାସ ପାଇଛି । ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ ସୁଦ୍ଧା ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସେହିଭଳି ୨୦୧୧-୧୩ରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୫୧ ଜଣ ମୃତ୍ୟୁମୁଖରେ ପଡୁଥିବାବେଳେ ୨୦୧୭ ରେ ତାହା ୪୧ରେ ପହଞ୍ଚିଛି ।

ସମ୍ପୂର୍ଣ୍ଣା ଯୋଜନାକୁ ଅଧିକ କ୍ରିୟାଶୀଳ କରିବାଲାଗି ଏଫ୍‍ଆରୟୁ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୂତୀଙ୍କପାଇଁ ଥିବା ଓଟି ଏବଂ ଏସ୍‍ଏନ୍‍ସିୟୁରେ ତାଲିମପ୍ରାପ୍ତ ଷ୍ଟାଫନର୍ସ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ନିରାକରଣ ଓ ପୁଷ୍ଟିହୀନତା ଦୂର ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଛି । ସେହିଭଳି ଶିଶୁ ଓ ମାତୃସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଏଫ୍‍ଆରୟୁ ଗୁଡିକୁ ଅଧିକ ସୁଦୃଢ କରିବା କରିବା, ଅତ୍ୟାଧୁନିକ ଆଇସିୟୁ କାର୍ଯ୍ୟକ୍ଷମ କରାଯିବା ଏବଂ ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ତଦାରଖ ଉପରେ ଜୋର ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଆଇଆଇପିଏଚ୍‍ ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସୁବାସ ସାଲୁଙ୍କେଙ୍କ ସମେତ ବିଭାଗୀୟ ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *