୧୯ ବର୍ଷ ପରେ ହସ୍ତଶିଳ୍ପ କାରିଗରଙ୍କ ସ୍ଥିତି ଖୋଜିବେ ସରକାର

ଭୁବନେଶ୍ୱର, (ଓଟି): ରାଜ୍ୟରେ କେତେ ହସ୍ତଶିଳ୍ପ କାରିଗର ଅଛନ୍ତି, ସେମାନେ ଅଛନ୍ତି କେମିତି ଓ କେଉଁଠି, ସେମାନଙ୍କ ଅର୍ଥନୀତିକ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ହସ୍ତଶିଳ୍ପ କାରିଗର ଗଣନା କାର୍ଯ୍ୟକ୍ର । ଏହି କାର୍ଯ୍ୟକ୍ରମକୁ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି ।
୧୯ ବର୍ଷ ପରେ ସରକାର ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଶେଷଥର ପାଇଁ ୨୦୦୧-୦୨ ମସିହାରେ ଏହି କାରିଗରଙ୍କ ଗଣନା କରାଯାଇଥିଲା । ସେତେବେଳେ କାରିଗରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୯୫୮ ଥିଲା ବୋଲି ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।


ଏହି ଗଣନା କାର୍ଯ୍ୟ ୩ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଛି । ସେଗୁଡ଼ିକ ହେଲା କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁବଣ୍ଣପୁର ଓ ସମ୍ବଲପୁର । ଅନ୍ୟ ଦୁଇଟି ପର୍ଯ୍ୟାୟରେ ସମୁଦାୟ ରାଜ୍ୟର ତଥ୍ୟ ଗ୍ରହଣ କରାଯିବ ।


ଏହି ସର୍ବେକ୍ଷଣ ଅର୍ସାକ୍‍ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ମୋବାଇଲ୍‍ ଆପ୍‍ ଦ୍ୱାରା କରାଯିବ । ଏବଂ ଏଥିପାଇଁ ସ୍ୱତନ୍ତ୍ର ନୀରିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ସଳଚନା ଦିଆଯାଇଛି । ଏହି ଗଣନାକାରୀଙ୍କୁ ଅବାଶ୍ୟକ ତଥ୍ୟ ଦେବା ପାଇଁ ଅନୁରୋଧ କରାଯିବା ସହ ଅଭିଯୋଗ ଥିଲେ ନିକଟସ୍ଥଜିଲ୍ଲା ଶିଳ୍ପକେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି ।


ସୋମବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିନଳୀରେ ବିଭାଗୀୟ ମନ୍ତ୍ରୀ ପଦ୍ୱିନୀ ଦିଆନ୍‍, ସଚିବ ଶୁଭା ଶର୍ମା, ଅର୍ସାକ ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ହସ୍ତଶିଳ୍ପ ନିର୍ଦେଶକ ବସନ୍ତ କୁମାର ଦାଶ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *