ଜୁଲାଇ ଶେଷରେ ମାଟ୍ରିକ୍‌ ପରୀକ୍ଷା ଫଳ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ଲକ୍‌ଡାଉନ୍‌ ହେତୁ ଅଟକିଥିବା ଶିକ୍ଷାବର୍ଷ କାର୍ଯ୍ୟକ୍ରମ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହିକ୍ରମରେ ୨୦୧୦-୨୦ ଶିକ୍ଷାବର୍ଷକୁ ଜୁଲାଇ ଶେଷ ସୁଦ୍ଧା ଶେଷ କରି ଅଗଷ୍ଟ୧ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ପାଇଁ ତର୍ଜମା ଚାଲିଛି। ଏହି ଅବସରରେ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଓ ପରୀକ୍ଷାଫଳ ପ୍ରକାଶନ ସମ୍ବନ୍ଧରେ ଆଲୋଚନା କରିଛନ୍ତି  ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଖାତା ମୂଲ୍ୟାଙ୍କନ ବାବଦରେ ଆଲୋଚନା କରି ସେ କହିଛନ୍ତି ଯେ, ମେ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ।

ଏଥିଲାଗି ମେ ୧୯ ତାରିଖ ସୁଦ୍ଧା ପରୀକ୍ଷା ନିରୀକ୍ଷକମାନେ ସବୁ କେନ୍ଦ୍ରରେ ପହଞ୍ଚିବେ। ଏହି ସମୟରେ ସାମାଜିକ ଦୂରତା ପାଳନ କରି ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାଙ୍କନ କରାଯିବ। କଣ୍ଟେନମେଣ୍ଟ ଜୋନରେ ଯଦି କୌଣସି ଖାତା ଦେଖା କେନ୍ଦ୍ର ଥାଏ, ତା’ହେଲେ ବୋର୍ଡ ନିଷ୍ପତ୍ତି ନେଇ କାର୍ଯ୍ୟ କରିବ | ନିୟୋଜିତ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published.