ଆଜି ରାଜ୍ୟ ବଜେଟ୍: କାଳିଆ, ମିଶନଶକ୍ତିକୁ ଗୁରୁତ୍ଵ ସହ ନୂଆ ଯୋଜନାକୁ ମିଳିପାରେ ସ୍ଵିକୃତୀ
ଭୁବନେଶ୍ଵର, (ଓଟି): ହୋ ହଲ୍ଲା, ଆରୋପ ପ୍ରତ୍ୟାରୋପ ଭିତରେ ଚାଲିଥିବା ବିଧାନସଭାର ସ୍ଵଳ୍ପ କାଳୀନ ଅଧିବେଶନରେ ଆଜି କାମଚଳା ବଜେଟ୍ ଉପସ୍ଥାପନ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ପ୍ରସ୍ତାବ ଆଗତ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଏହାପରେ ୪ ମାସିଆ ଲେଖାନୁଦାନ ସଙ୍କଳ୍ପକୁ ଅର୍ଥମନ୍ତ୍ରୀ ବିଧାନସଭାର ଅନୁମୋଦନ ପାଇଁ ଆଗତ କରିବେ। ନିର୍ବାଚନ ଆସନ୍ନ ହେଉଥିବାରୁ ରାଜ୍ୟର ଅର୍ଥ କାରବାର ଜାରି ରଖିବାକୁ ଏହା ଅତ୍ୟାବଶ୍ୟକ। ନିର୍ବାଚନ ପରେ ଯିଏ ସରକାରଙ୍କୁ ଆସିବେ ସେ ପୂଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।
ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ୧ ଏଲ ୩୩ ହଜାର କୋଟି ଟଙ୍କାର ବଜେଟ୍ ଅଟକଳ ଉପରେ ମୋହର ମାରିଥିଲେ। ଏହା ସମ୍ପୂଣ୍ଣ ବଜେଟ୍ ପରିମାଣ ହୋଇଥିବାବେଳେ ଏହି ୪ ମାସ ଭିତରେ ୫୫ ହଜାର କୋଟି ଟଙ୍କା ଖର୍ଚ ପାଇଁ ଅଟକଳ କରାଯାଇଛି।
ବିଶେଷକରି ଏହି ଯୋଜନାରେ ରାଜ୍ୟବାସୀଙ୍କ ପାଇଁ ଅନେକ ବିକାଶମୂଳକ ଯୋଜନା ସରକାର ଉପସ୍ଥାପନ କରିବେ। ପୂର୍ବରୁ କାଳିଆ, ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା, ଚାଷ ଜମିକୁ ଜଳସେଚନ ବାବଦ ଅର୍ଥ ବରାଦ ମଧ୍ୟ ଘୋଷଣା କରାଯିବ।
ଅପରାହ୍ଣରେ ଏହି ବଜେଟ୍ ଆଗତ କରାଯିବ। ଏହାପରେ ବିଧାନସଭାରେ ଆଲୋଚନା ହୋଇ ଗୃହୀତ କରାଯିବାକୁ ତାହା ଉପସ୍ଥାପନ କରଯିବ।