#OdishaFightsCovid: ଟେଲିଫୋନ୍ରେ ମିଳିବ ଡାକ୍ତରୀ ପରାମର୍ଶ, ୮ରୁ ଡାଏଲ୍ କରନ୍ତୁ ୧୪୪୧୦
ଭୁବନେଶ୍ଵର, (ଓଟି): କୋଭିଡ୍୧୯ ସମ୍ପର୍କରେ ଲୋକଙ୍କ ଜାଣିବା ଆଗ୍ରହ ଏବଂ ଚିକିତ୍ସା ପାଇଁ ପରାମର୍ଶ ଅପେକ୍ଷାକୁ ଦେଖି ସରକାର ଏକ ସ୍ଵତନ୍ତ୍ର ସହାୟକ ନମ୍ବର ଘୋଷଣା କରିଛନ୍ତି। ଏହି ସହାୟକ ନମ୍ବର ହେଉଛି ୧୪୪୦। ଏଥିରେ କୌଣସି ବ୍ୟକ୍ତି ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ବୁଧବାର ସକାଳ ୧୧ଟାବେଳେ ଏହା କାର୍ଯ୍ୟ କରିବ ବୋଲି ପୂର୍ତ୍ତ ସଚିବ ତଥା କୋଭିଡ୍ ୧୯ ମୁକାବିଲା ଟିମ୍ର ସଦସ୍ୟ ଡ. କ୍ରିସନ୍ କୁମାର କହିଛନ୍ତି।
ଭିଡିଓ କନ୍ଫରେନ୍ସିଂ ଜରିଆରେ ସୂଚନା ଦେବା ଅବସରରେ ଶ୍ରୀ କୁମାର କହିଛନ୍ତି, ଏବେ ରାଜ୍ୟଷର ୧୦୪ ସ୍ଵାସ୍ଥ୍ୟ ସହା୍ରକ ନମ୍ବର କାର୍ଯ୍ୟ କରୁଛି। କିନ୍ତୁ ସରକାରଙ୍କ ନିୟମାବଳୀ ଏବଂ ଟେଲିମେଡିସିନ୍ ଗାଇଡ୍ଲାଇନ୍କୁ ଆଧାର କରି ଏହି ସ୍ଵତନ୍ତ୍ର ଟେଲି ମେଡିସିନ୍ ସହାୟକ ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ଯେକୌଣସି ଲୋକ କୋଭିଡ୍-୧୯ ସମ୍ପର୍କରେ ପ୍ରଶ୍ନ ପଚାରିପାରିବେ। ଆଇଭିଆର୍ ମାଧ୍ୟମରେ ତାଙ୍କୁ କିଛି ପ୍ରଶ୍ନ ପଚାରାଯିିବ। ସେହି ପ୍ରଶ୍ନର ଉତ୍ତର ତାଙ୍କର ତଥ୍ୟ ବୋଲି ଗ୍ରହଣ କରାଯିବ। ଏହି ତଥ୍ୟକୁ ଗ୍ରହଣ କରି ଜଣେ ଡାକ୍ତରଙ୍କୁ ତାଙ୍କୁ ପ୍ରଶ୍ନ ପ୍ରେରଣ କରାଯିବ। ସେହି ତଥ୍ୟ ଆଧାରରେ ଡାକ୍ତର ସମ୍ପୃକ୍ତ ରୋଗୀଙ୍କୁ ପରାମଶ; ଦେବେ। ସେ ଚାହିଁଲେ ପରୀକ୍ଷଣ, ମେଡିସିନ୍ ସହାୟତା ମଧ୍ୟ ଦେଇପାରିବେ।
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ଏହି ସହା୍ରକ ପାଇଁ ପ୍ରଥମ ପର୍ଯ୍ୟାୟରେ ଏକ ୩୦୦ ଜଣିଆ ଡାକ୍ତର ଡେଟାବେସ୍ ପ୍ରସ୍ତୁତ ତରାଯାଇଛି। ଏହି ଡାକ୍ତରମାନେ ସ୍ଵତଃ ସେବା ପାଇଁ ଆଗେଇ ଆସିଛନ୍ତି। ଏ ସମସ୍ତେ ଅବସର ପ୍ରାପ୍ତ ଅଥବା ଘରୋଇ କ୍ଷେତ୍ରର ଡାକ୍ତର ବୋଲି ଶ୍ରୀ କୁମାର କହିଛନ୍ତି।